Latest Odisha News

BREAKING NEWS

ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ନ୍ୟୁଜିଲାଣ୍ଡ ସ୍ଥାନରେ ସ୍କଟଲାଣ୍ଡ ସାମିଲ

ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ପରବର୍ତୀ ସଂସ୍କରଣ ୨୦୨୨ରେ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଗୁରୁବାର ଆଇସିସି ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହା ୧୪ ଜାନୁୟାରୀରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତକୁ ଗ୍ରୁପ ବିରେ ରଖାଯାଇଛି । ଏହି ଗ୍ରୁପରେ ଦକ୍ଷିଣ ଆଫ୍ରିକା, ଆୟର୍ଲାଣ୍ଡ ଓ ଉଗାଣ୍ଡା ଟିମ ରହିଛି । ୪ଥର ଏହି ଟାଇଟଲ ଜିତିଥିବା ଭାରତ ମଧ୍ୟ ଏଥର ସଫଳତାର ଦୋହାରାଇବା ଲକ୍ଷ୍ୟରେ ରହିଛି ।

ଗ୍ରୁପ ଏ’: ବାଂଲାଦେଶ, ଇଂଲଣ୍ଡ, କାନାଡା, ୟୁଏଇ ।
ଗ୍ରୁପ ବି’: ଭାରତ, ଆୟର୍ଲାଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଗାଣ୍ଡା ।
ଗ୍ରୁପ ସି’: ଆଫଗାନିସ୍ତାନ,ପାକିସ୍ତାନ, ପାପୁଆ ନିଉ ଗିନି, ଜିମ୍ବାୱେ ।
ଗ୍ରୁପ ଡି’: ଅଷ୍ଟ୍ରେଲିଆ, ସ୍କଟଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ।
ଭେନ୍ୟୁ: ୱାର୍ଣ୍ଣର ପାର୍କ, ଗୁୟାନା ନ୍ୟାଶନାଲ ଷ୍ଟାଡିୟମ, ବ୍ରାଏନ ଲାରା କ୍ରିକେଟ ଗ୍ରାଉଣ୍ଡ, କୁଇନ୍ସ ପାର୍କ ଓଭାଲ, ସାର ଭିଭିଆନ ରିଚାର୍ଡ୍ସ କ୍ରିକେଟ ଗ୍ରାଉଣ୍ଡ ଓ କୁଲିଜ କ୍ରିକେଟ ଗ୍ରାଉଣ୍ଡ ।

Leave A Reply

Your email address will not be published.