Latest Odisha News

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ଜାଲରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଜାକିକିଆ ଗାଁ ନିକଟରେ ଏନଏଚ-୫୯ରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଟିଏଫ୍ ଏସିପି ଡ଼ିକେ ପଟେଲ ।

ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲାର ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ । ବିକ୍ରି ପାଇଁ ଡ଼ିଲ ଚାଲିଥିଲାବେଳେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର କରାଯାଇଛି । ବାଲିଗୁଡ଼ା ଡ଼ିଏଫଓଙ୍କୁ ବଜ୍ରକାପ୍ତା ହସ୍ତାନ୍ତର କରାଯାଇଛି । ବର୍ଷକ ମଧ୍ୟରେ ଏସଟିଏଫ ଦ୍ୱାରା ଉଦ୍ଧାର ହେଲାଣି ୭ଜଣ ଜୀବନ୍ତ ବଜ୍ରକାପ୍ତା । ଏହାସହ ୧୫କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।

Leave A Reply

Your email address will not be published.