Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ । ଏଥିପାଇଁ ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ବୁଧବାର ଆଇସିସି ରିଭାଇଜଡ କାର୍ଯ୍ୟସୂଚୀ ଘୋଷଣା କରିଛି । ନବରାତ୍ରର ଓ କାଳୀପୂଜା ଯୋଗୁ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ପ୍ରଶଂସକମାନେ ସେପ୍ଟମ୍ବର ୧୫ରୁ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି କରାଯିବ । ଏହା ବ୍ୟତୀତ ଅଫଲାଇନ ଟିକେଟ ୮ଟି କାଂଉଟରରେ ଉପଲବ୍ଧ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଅନଲାଇନ ଟିକେଟ ବ୍ୟତୀତ ପ୍ରଶଂସକମାନେ ଷ୍ଟାଡିୟମରେ ପ୍ରବେଶ କରିବା ସମୟରେ ସେମାନଙ୍କ ଅଫଲାଇନ ଟିକେଟ ରଖିବା ଜରୁରୀ ।

BjdElectrycity

ବିଶ୍ୱକପର ଉନ୍ମାଦନା ଧିରେ ଧିରେ ପ୍ରଶଂସକମାନଙ୍କ ନିକଟରେ ଦେଖିବାକୁ ମିଳିଲାଣି । ୨୫ ଅଗଷ୍ଟରେ ପ୍ରଥମ ଫେଜରେ ଭାରତ ଖେଳୁ ନଥିବା ସମସ୍ତ ମ୍ୟାଚ ଏବଂ ୱାର୍ମ ଅପର ଟିକେଟ ବିକ୍ରି ହେବ । ୩୦ ଓ ୩ ୧ରେ ଯଥାକ୍ରମେ ଗୌହାଟୀ ଓ ତ୍ରିଭେନ୍ଦ୍ରମ ଏବଂ ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ ହେବାକୁ ଥିବା ମ୍ୟାଚର ଟିକେଟ ମିଳିବ । ଧର୍ମଶାଳା, ଲକ୍ଷ୍ନୌ ଓ ମୁମ୍ବାଇ ମ୍ୟାଚର ଟିକେଟ ୧ ସେପ୍ଟମ୍ବରରେ ଏବଂ ବାଙ୍ଗାଲୋର ଓ କୋଲକାତାର ଟିକେଟ ୨ରେ ମିଳିବ । ଅହମ୍ମଦାବାଦରେ ହେବକୁ ଥିବା ମୁକାବିଲାର ଟିକେଟ ୩ରେ ବିକ୍ରି ହେବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚର ଟିକେଟ ୧୫ରେ ମିଳିବ ।

Leave A Reply

Your email address will not be published.