ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ ଏବେ ୬୦ ମ୍ୟାଚରେ ଭାରତର ନେତୃତ୍ୱ ସୁଚାରୁରୂପେ ତୁଲାଇବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ଏହା ବ୍ୟତୀତ କୋହଲି ଭାରତର ସବୁଠାରୁ ସଫଳ ଅଧିନାୟକ ମଧ୍ୟ ହେବ । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ ମ୍ୟାଚରେ ୨୭ରେ ବିଜୟ ହାସଲ କରିଥିବା ବେଳେ କୋହଲି ସମାନ ସଂଖ୍ୟକ ଟେଷ୍ଟରୁ ୩୬ ବିଜୟ ହାସଲ କରିଛନ୍ତି ।
ସେହିପରି ଏହି ଇଂଲଣ୍ଡ ଗସ୍ତରେ କୋହଲି ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କଲେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି କ୍ଲାଇଭ ଲୟଡଙ୍କୁ ପଛରେ ପକାଇ ୪ର୍ଥ ସଫଳ ଅଧିନାୟକ ହେବେ । ଲୟଡ ୭୪ ମ୍ୟାଚରେ ଦଳକୁ ୩୬ରେ ବିଜୟୀ କରାଇଛନ୍ତି । ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଆଗରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ । ସେ ୧୦୯ ମ୍ୟାଚରୁ ୫୩ରେ ଦଳକୁ ଜିତାଇଛନ୍ତି । ତାଙ୍କ ପଛକୁ ରିକି ପଂଟି ( ୭୭ ମ୍ୟାଚ, ୪୮ ବିଜୟ), ଷ୍ଟିଭ ୱ (୫୭ ମ୍ୟାଚ, ୪୧ ବିଜୟ) ରହିଛନ୍ତି ।
BREAKING NEWS
- ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ବାର୍ତ୍ତା, ଆମ ପଡ଼ୋଶୀରେ ଆତଙ୍କବାଦକୁ ଉତ୍ସାହିତ କରନ୍ତୁ ନାହିଁ: ଏସ୍. ଜୟଶଙ୍କର
- Ticket Cancellation Charges: ବଦଳିଲା ବନ୍ଦେ ଭାରତ ସ୍ଲିପର୍ ଏବଂ ଅମୃତ ଭାରତ ଟିକେଟ୍ ବାତିଲ ନୀତି, ଏବେ ଟିକେଟ କ୍ୟାନସେଲ୍ କଲେ ମିଳିବ ଏତିକି ରିଫଣ୍ଡ…
- Republic Day 2026: ୧୦,୦୦୦ ସ୍ୱତନ୍ତ୍ର ଅତିଥି… ଜାଣନ୍ତୁ ୭୭ତମ ଗଣତନ୍ତ୍ର ଦିବସ ପରେଡରେ କିଏ କିଏ ଦେବେ ଯୋଗ ଏବଂ କାହିଁକି ଏହା ସ୍ବତନ୍ତ୍ର…
- କାବୁଲରେ ଭୟଙ୍କର ବିସ୍ଫୋରଣ; ୭ ମୃତ, ଟାର୍ଗେଟରେ ଥିଲେ ଚୀନ୍ ନାଗରିକ!
- UAE President’s India Visit: ବିଜୁଳି ପରି ଆସିଲେ…ଭାରତ ସଙ୍ଗେ କରିଗଲେ ବଡ଼ ବଡ଼ ଡ଼ିଲ୍…
- Odisha Govt: ସବୁ ସରକାରୀ କାର୍ଯ୍ୟ ହେବ ଓଡ଼ିଆରେ: ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି
- ଗ୍ରିନଲାଣ୍ଡକୁ ନେଇ ପୁଣି ଚେତାବନୀ ଦେଲେ ଟ୍ରମ୍ପ, କିପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମେରିକା?
- ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ
- Bjp National President: ଆଜିଠୁ ବିଜେପିରେ ‘ନବୀନ’ ଯୁଗ ଆରମ୍ଭ
Comments are closed.