Latest Odisha News

BREAKING NEWS

[ଭିଡ଼ିଓ] ମାଡି ଆସୁଛି ବିପଦ: ଆଣ୍ଟାର୍କଟିକା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ

ୱାସିଂଟନ: ମାଡି ଆସୁଛି ବିପଦ। ଆଣ୍ଟାର୍କଟିକା ଉପରେ ଏହି ବିପଦ ମାଡିବାରେ ଲାଗିଛି । କାରଣ ସେଠାରେ ଥିବା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ ସୃଷ୍ଟି ହୋଇଛି । ଏନେଇ ଚେତାବନୀ ବି ମିଳିଛି ଆଗାମୀ ୫ ବର୍ଷରେ ଗ୍ଲାସିୟର ଭାଙ୍ଗିଯିବ। ଯାହାଫଳରେ ସମୁଦ୍ରର ଜଳସ୍ତର ୨୫ ଇଞ୍ଚ ଯାଏ ବଢିଯିବ। ଏହାର ପ୍ରଭାବରେ ମୁମ୍ବାଇ ସମେତ ସମସ୍ତ ତଟବର୍ତ୍ତୀ ଅଞ୍ଚଳ ଗୁଡିକ ପାଣିରେ ବୁଡିଯିବ ।

ମହାସାଗର ଗୁଡିକ ଗରମ ହେବା ଯୋଗୁଁ ଥ୍ୱାଇଟ୍ସ ଇଷ୍ଟର୍ନ ଆଇସ ଶେଲ୍ଫ ବୁଡ଼ାଜାହାଜ ଶୋଲ୍ କିମ୍ବା ତଟରେ ନିଜର ଆଭିମୁଖ୍ୟ ହରାଉଛି । ଯାହା ଏହାକୁ ବାକି ଗ୍ଲାସିୟରରେ ବଜାୟ ରଖିବାକୁ ଏକ ପିନିଂ ପଏଣ୍ଟ ଭାବେ କାର୍ଯ୍ୟ କରିଥାଏ । ବିଶେଷଜ୍ଞ କହିଛନ୍ତି ଯେ ଥ୍ୱାଇଟ୍ସ ଗ୍ଲାସିୟରରେ ଦ୍ରୁତ ଗତିରେ ଫାଟ ସୃଷ୍ଟି ହେଉଛି । ଏହି ବରଫରୁ ନିର୍ଗତ ପାଣି ବିଶ୍ୱ ସ୍ଥରରେ ସମୁଦ୍ର ଜଳସ୍ଥର ୪ ପ୍ରତିଶତ ବୃଦ୍ଧି ପାଇବ।

ସାଟେଲାଇଟ ତଥ୍ୟକୁ ଆମେରିକୀୟ ଜିଓଫିଜିକାଲ୍ ୟୁନିଅନର ବାର୍ଷିକ ବୈଠକରେ ଉପସ୍ଥାପନ କରାଯାଇଛି । ଅଗଷ୍ଟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀ ଭିତରୁ ମଧ୍ୟ ବହୁତ ଉତ୍ତାପ ନିର୍ଗତ ହେଉଛି ଯାହାଫଳରେ ବରଫ ତରଳୁଛି ।

ଥ୍ୱାଇଟ୍ସ ଗ୍ଲାସିୟର ପୃଥିବୀରୁ ବାହାରୁଥିବା ଉତ୍ତାପ ଯୋଗୁଁ ପ୍ରଭାବିତ ହୋଇଛି।

Leave A Reply

Your email address will not be published.