Latest Odisha News

BREAKING NEWS

ଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଇନ୍‌କମ୍ ଟାକ୍ସ-୨୦୨୫ ସମ୍ପର୍କୀତ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍‌ଏଆଇ) ଏବଂ ଟ୍ୟାକ୍ସ ରିସର୍ଚ ଡିପାର୍ଟମେଣ୍ଟର ମିଳିତ ସହଯୋଗରେ ନୂତନ ଆୟକର ଆଇନ-୨୦୨୫ ସମ୍ପର୍କୀତ ଏକ ଆଉଟରିଚ୍ କାର୍ଯ୍ୟକ୍ରମ ସିଏମଏ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଡିରେକ୍ଟରଟ୍ ଅଫ୍ ଟ୍ରେନିଂ ସହଯୋଗରେ ଡାଇରେକ୍ଟ ଟ୍ୟାକ୍ସେସନ କମିଟି ଓ ଇନକମ୍ ଟ୍ୟାକ୍ସ ଆକ୍ଟ-୨୦୨୫ ଟାକ୍ସଫୋର୍ସଙ୍କ ମାର୍ଗଦର୍ଶନରେ ଟିଆର୍‌ଡି ଦ୍ୱାରା ପରିଚାଳିତ ଦେଶବ୍ୟାପୀ ପଦକ୍ଷେପର ଏକ ଅଂଶ ଥିଲା ।

ମୁଖ୍ୟ ଅତିଥି ଭାବେ ନାଲକୋର ଅର୍ଥ ନିର୍ଦ୍ଦେଶକ ସିଏମ୍‌ଏ ଅଭୟ କୁମାର ବେହୁରିଆ, ସ୍ୱତନ୍ତ୍ର ଅତିଥି ଭାବେ ସରୋଜ ମହାପାତ୍ର (ଆଇଆରଏସ), ପ୍ରିନ୍ସିପାଲ କମିଶନର ଅଫ୍ ଇନକମ୍ ଟ୍ୟାକ୍ସ, ସିଏମ୍‌ଏ ଶ୍ରୀକାନ୍ତ କୁମାର ସାହୁ, ଅର୍ଥ ନିର୍ଦ୍ଦେଶକ (ଓପିଟିସିଏଲ୍), ସିଏମଏ ଗଗନ ବିହାରୀ ସ୍ୱାଇଁ, ଅର୍ଥ ନିର୍ଦ୍ଦେଶକ (ଓପିଜିସିଏଲ୍), ସିଏମଏ କ୍ଷୀରୋଦ ଚନ୍ଦ୍ର ନନ୍ଦ, ଅର୍ଥ ନିର୍ଦ୍ଦେଶକ (ଜିଆରଆଇଡିସିଓଏଲଟିଡି), ଆଇସିଏମ୍‌ଏଆଇର ପୂର୍ବତନ ସଭାପତି ସିଏମ୍‌ଏ ବିଭୁତି ଭୂଷଣ ନାୟକ ଏବଂ ଇଆଇଆର୍‌ସିର ଅଧ୍ୟକ୍ଷ ସିଏମ୍‌ଏ ଆରତି ଗାଙ୍ଗୁଲୀ, ଉପାଧ୍ୟକ୍ଷ ଦାମୋଦର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ଏବଂ ଅଭିଭାଷଣ ରଖିଥିଲେ ।

ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସିଏମଏ ଶରତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ସିଏମ୍‌ଏ ସୁଧାଂଶୁ କୁମାର ସାହୁ ଓ ଅବିନାଶ କୋଟ୍‌ନି ଏହି ଟେକ୍ନିକାଲ ସେସନ୍‌ର ପରିଚାଳନା କରିବା ସହ ନୂତନ ଆୟକର ଆଇନ୍ ୨୦୨୫ର ବ୍ୟବସ୍ଥା ଓ ପ୍ରଭାବ ବିଷୟରେ ଗଭୀର ଅନ୍ତର୍ଦୁଷ୍ଟି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପ୍ରଫେସନାଲ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ହିତାଧିକାରୀ ଯୋଗ ଦେଇଥିଲେ ।

ପରିଶେଷରେ ଭୁବନେଶ୍ୱର ଚାପ୍ଟରର ସେକ୍ରେଟାରୀ ସିଏମ୍‌ଏ ସୌମ୍ୟ ରଞ୍ଜନ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସିଏମ୍‌ଏ ବରଦା ପ୍ରସନ ନାୟକ ଏବଂ ସିଏମ୍‌ଏ ରମେଶ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.