Latest Odisha News

BREAKING NEWS

କରୋନାର ବ୍ରାଜିଲ୍ ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ‘କୋଭାକ୍ସିନ୍’

ହାଇଦ୍ରାବାଦ: ଦେଶୀ ଟିକା ‘କୋଭାକ୍ସିନ୍’ କରୋନାର ବ୍ରାଜିଲ୍ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ । କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ହୋଇଥିବା ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପୂର୍ବରୁ କୋଭାକ୍ସିନ୍ ୟୁକେ ଭାରିଆଣ୍ଟ, B.1.1.7 ଏବଂ ମହାରାଷ୍ଟ୍ରର ଡବଲ ମ୍ୟୁଟାଣ୍ଟ କୁହାଯାଉଥିବା B.1.617 ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା ।

ଆଇସିଏମ୍ଆର୍ ଓ ଭାରତ ବାୟୋଟେକ ମିଳିତ ଭାବେ ‘କୋଭାକ୍ସିନ୍’ ପ୍ରସ୍ତୁତ କରିଛନ୍ତି । ‘କୋଭାକ୍ସିନ୍’ କରୋନାର ଅଧିକାଂଶ ଭାରିଆଣ୍ଟ ଉପରେ ପ୍ରଭାବ ଦେଖାଉଛି । ଦେଶରେ ଦିଆଯାଉଥିବା ଅନ୍ୟତମ କରୋନା ଟିକା କୋଭିସିଲ୍ଡ ମଧ୍ୟ ଡବଲ୍ ମ୍ୟୁଟାଣ୍ଟକୁ ମାତ୍ ଦେବାରେ ସକ୍ଷମ ।

ପୁନେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଏରୋଲୋଜିର ଅନୁସନ୍ଧାନ ଅନୁସାରେ, କୋଭାକ୍ସିନ୍ ଟିକାର ୨ ଡୋଜ୍ ନେଇଥିବା ଲୋକଙ୍କ ଶରୀରେ ବ୍ରାଜିଲ୍ ଭାରିଆଣ୍ଟ ବିରୋଧରେ ସେମାନଙ୍କ ଇମ୍ୟୁନିଟି ସୃଷ୍ଟି ହୋଇଛି । ଏହା ବ୍ରାଜିଲ୍ ଭାରିଆଣ୍ଟ B.1.1.28.2କୁ ନ୍ୟୁଟିଲାଇଜ୍ କରିପାରୁଛି ।

Leave A Reply

Your email address will not be published.