Latest Odisha News

ଗାଜାରେ ଟନେଲ ଭିତରକୁ ସମୂଦ୍ର ପାଣି ଛାଡିବା ଆରମ୍ଭ କଲା ଆଇଡିଏଫ

ୱାଶିଂଟନ: ଗାଜାର ଭୂମି ତଳେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ବାହାରକୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ପୂର୍ବରୁ ଘୋଷଣା କରିଥିବା ରଣନୀତି ଆପଣାଇଛି । ଏବେ ଗାଜାର ଟନେଲ ଗୁଡିକରେ ଆଇଡିଏଫ ସମୂଦ୍ର ପାଣି ଛାଡିବା ଆରମ୍ଭ କରିଛି । ଇସ୍ରାଏଲ ଫୋର୍ସ ଏବେ ବି ଶତି ପ୍ରତିଶତ ନିଶ୍ଚିତ ନୁହନ୍ତି ଯେ, ଏହି ଯୋଜନା ଫଳପ୍ରଦ ହେବକି ନାହିଁ । ହମାସ କମାଣ୍ଡର ୟାହ୍ୟା ସିନୱରଙ୍କୁ ଧରିବା ସେମାନଙ୍କ ମୂଖ୍ୟ ଟାର୍ଗେଟ ରହିଛି । ଇସ୍ରାଏଲର ଜନୈକ ଅଧିକାରୀଙ୍କ ମତରେ ପାଣି ଯେଉଁ ଟନେଲ ଗୁଡିକରେ ଛଡା ଯାଉଛି ସେଥିରେ ବନ୍ଧକମାନେ ନାହାନ୍ତି । ଗାଜାରେ ୫୦୦ରୁ ଅଧିକ ସୁଡଙ୍ଗକୁ ଇସ୍ରାଏଲ ପକ୍ଷରୁ ନଷ୍ଟ କରାଯାଇ ସାରିଛି । ଅପରପକ୍ଷରେ ସଂଯୁକ୍ତ ରାଷ୍ଟ୍ରରେ ଯୁଦ୍ଧ ବିରାମ ପ୍ରସ୍ତାବ ପାରିତ ହୋଇଛି ।

୧୯୩ ସଦସ୍ୟରୁ ୧୫୩ ଏହା ସପକ୍ଷରେ ମତ ଦେଇଛନ୍ତି । ୧୦ଟି ଦେଶ ଏହା ବିପକ୍ଷରେ ଏବଂ ୨୩ ଅନୁପସ୍ଥିତ ରହିଥିଲେ । ଇସ୍ରାଏଲ ସୀମାରେ ପ୍ରବେଶ କରି ହମାସ ଆତଙ୍କବାଦୀ ନାରକୀୟ କାଣ୍ଡ ରଚିଥିଲେ । ଏହାର ଜବାବରେ ଇସ୍ରାଏଲ ଗାଜାରେ ଥିବା ହମାସଙ୍କୁ ଟାର୍ଗେଟ କରିଥିଲା । ଗାଜାରୁ ସମ୍ପୂର୍ଣ୍ଣ ଭାବେ ହମାସଙ୍କୁ ନିଶ୍ଚିହ୍ନ ନ କରିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରୀ ରହିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

Comments are closed.