Latest Odisha News

BREAKING NEWS

ସ୍ତ୍ରୀକୁ ଗ୍ଯାସରେ ପୋଡି ହତ୍ୟା ଉଦ୍ୟମ ମାମଲା: ବର୍ଷେ ପରେ ଗୁଜରାଟରୁ ସ୍ଵାମୀ ଗିରଫ 

ଭୁବନେଶ୍ବର: ରୋଷେଇ ଘରେ ସ୍ତ୍ରୀକୁ ଗ୍ୟାସରେ ପୋଡ଼ି ହତ୍ୟା ଉଦ୍ୟମ ଘଟଣା। ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁଳମଣି ପାଇକରାୟକୁ ଗିରଫ କରିଛି ଭରତପୁର ପୋଲିସ। ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜରାଟରେ ଲୁଚିଥିଲା କୁଳମଣି।

୨୦୧୫ରେ କୁଳମଣି ପାଇକରାୟ, ପ୍ରଭାତୀ ପାଇକରାୟଙ୍କୁ ପ୍ରେମ ବିବାହ କରିଥିଲେ। କୁଳମଣୀ ସବୁଦିନ ମଦ୍ୟପାନ କରି ଘରକୁ ଆସୁଥିବାରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା।କୁଳମଣୀ ସ୍ତ୍ରୀ ପ୍ରଭାତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଗତବର୍ଷ ସେପ୍ଟମ୍ବର ୨୨ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ପୀଡ଼ିତାଙ୍କୁ ରୋଷେଇ ଘରକୁ ଡାକି ଗ୍ୟାସ ଖୋଲି ନିଆଁ ଲଗାଇ ଦେବା ସହିତ ବାହାର ପଟୁ କବାଟ ବନ୍ଦ କରି ସେଠାରୁ ଦୌଡ଼ି ପଳାଇ ଯାଇଥିଲା ।

ଏହି ଘଟଣାରେ ପୀଡିତାଙ୍କ ଶରୀରର ୭୦-୮୦ ପ୍ରତିଶତ ଭାଗ ପୋଡ଼ି ଯାଇଥିଲା। ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସୁସ୍ଥ ହୋଇ ଘରକୁ ଫେରିଥିଲେ ପ୍ରଭାତୀ ।ଉକ୍ତ ଘଟଣା ପରଠାରୁ ଅଭିଯୁକ୍ତ ରାଜ୍ୟ ବାହାରକୁ ଖସି ପଳାଇଯାଇଥିଲା । ଘଟଣାର ତଦନ୍ତ ଚାଲିଥିବା ସମୟରେ ଭରତପୁର ଥାନା ପୋଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଚଢାଉ କରି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲା।

 

 

Leave A Reply

Your email address will not be published.