ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆକ୍ରମଣ ଏବେ ବି ଜାରି ରହିଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ, ସେମାନେ ହମାସ କମାଣ୍ଡର ବଶର ଥାବେଟଙ୍କୁ ହତ୍ୟା କରିଛନ୍ତି।ସେମାନେ ହମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୁଖ୍ୟାଳୟରେ ଏହାର ବିକାଶ ଏବଂ ପ୍ରକଳ୍ପ ବିଭାଗର କମାଣ୍ଡର ବଶର ଥାବେଟଙ୍କୁ ହତ୍ୟା କରିଛନ୍ତି।
ରିପୋର୍ଟ ଅନୁସାରେ, IDF କହିଛି ଯେ ସେମାନେ ଆତଙ୍କବାଦୀ ଭିତ୍ତିଭୂମି, ଆତଙ୍କବାଦୀ ଏବଂ ସୁଡ଼ଙ୍ଗଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିଛନ୍ତି। ଇସ୍ରାଏଲୀ ବାୟୁସେନା (IAF) ମଧ୍ୟ ଏହି ଆକ୍ରମଣରେ ସାମିଲ ଥିଲା, ଯାହା ଆତଙ୍କବାଦୀଙ୍କ ସାମରିକ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଭିତ୍ତିଭୂମି ସମେତ ପ୍ରାୟ ୭୫ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା।
⭕️Operational Update: IDF Activity in Gaza
❌ Eliminated: Bashar Thabet, a commander in Hamas’ Development and Projects Department within its weapons production HQ. He was responsible for research & development within Hamas’ weapons manufacturing apparatus, which operates to…
— Israel Defense Forces (@IDF) July 20, 2025
ଇସ୍ରାଏଲ ସେନା ଏହାର ଆକ୍ରମଣର ବିବରଣୀ ପ୍ରଦାନ କରି କହିଛି ଯେ “IDF ସୈନିକମାନେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀର ସନ୍ଧାନ କରିଥିଲେ ଏବଂ ସେମାନଙ୍କୁ ମଧ୍ୟ । ସେମାନେ ତିଆରିକରିଥିବା ସୁଡ଼ଙ୍ଗଗୁଡ଼ିକୁ ଧ୍ୱଂସ କରିଥିଲେ।
ଏହା ପୂର୍ବରୁ ଇସ୍ରାଏଲ ହମାସର ଦାରାଜ ଟୁଫା ବାଟାଲିୟନର କମାଣ୍ଡର ମହମ୍ମଦ ଉଥୈନଙ୍କୁ ମଧ୍ୟ ହତ୍ୟା କରିଥିଲା।
Comments are closed.