ଜେରୁଜେଲମ: ୨୦୨୪ ମସିହାରେ ଇସ୍ରାଏଲ ଯୁଦ୍ଧରେ ଲିପ୍ତ ରହିଥିଲା। ନୂତନ ବର୍ଷରେ ମଧ୍ଯ ଇହୁଦୀ ଦେଶ ବିରୋଧରେ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୩ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ଶତ୍ରୁ ଦେଶ ଉପରେ ବର୍ଷିଥିଲା।
ପ୍ରଥମେ ହମାସ୍, ତାପରେ ଲେବାନନ୍ ଏବଂ ବର୍ତ୍ତମାନ ନବବର୍ଷର ଆରମ୍ଭରେ ୟେମେନର ହୁତି ବିଦ୍ରୋହୀମାନଙ୍କ ସହିତ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହୋଇଛି।
ତେବେ ଏତେ ଯୁଦ୍ଧ ଲଢିଥିବା ଇସ୍ରାଏଲ୍ ସୈନିକମାନଙ୍କ ମାନସିକ ସ୍ଥିତି ଭଲ ନୁହେଁ। ଇସ୍ରାଏଲ ସେନା (ଆଇଡିଏଫ୍)ର ତଥ୍ୟ ଅନୁଯାୟୀ, ଯୁଦ୍ଧ ଆରମ୍ଭରୁ ସୈନିକମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ବୃଦ୍ଧି ପାଇବାରେ ଲାଗିଛି। ୨୦୨୩ ଏବଂ ୨୦୨୪ରେ ୩୮ ସୈନିକ ଆତ୍ମହତ୍ୟା କରିଥିଲେ।
ଅପରପକ୍ଷରେ ହମାସ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୮ଟି ଆତ୍ମହତ୍ୟା ମାମଲା ରହିଛି। ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ନେତାନ୍ୟାହୁ ସରକାର। ଏହାକୁ ରୋକିବା ପାଇଁ ୮୦୦ରୁ ଅଧିକ ଡାକ୍ତରୀ ଟିମ୍ ମଧ୍ଯ ପଠାଯାଇଛି। ଯେଉଁମାନେ ନିରନ୍ତର ଭାବେ ସୈନିକମାନଙ୍କ କାଉନସିଲିଂ କରୁଛନ୍ତି।
ତେବେ ଗତ ଦୁଇ ବର୍ଷ ମଧ୍ୟରେ ଆଇଡିଏଫ୍ ମୃତ୍ୟୁ ସମ୍ପର୍କରେ ଏକ ଆକଳନ କରି କହିଛି ଯେ ଯୁଦ୍ଧ ସମୟରେ ସେନାରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଏବଂ ୨୦୨୪ରେ ୩୮ ସୈନିକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଛି।
Comments are closed.