Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇଲା ଆଇଡିଏଫସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇବାରେ ଆଇଡିଏଫସି ସଫଳ ହୋଇଛି । ଏହି ଚୁକ୍ତି ପରେ ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ ପାଇଁ ଆଇଡିଏଫସି ପକ୍ଷରୁ ୪.୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଟାଇଟଲ ରାଇଟ୍ସ ମାଷ୍ଟରକାର୍ଡ ପାଖରେ ଥିଲା । ଏବେ ୨୦୨୬ ପର୍ଯ୍ୟନ୍ତ ଆଇଡିଏଫସି ହାତରେ ଏହି ରାଇଟ୍ସ ରହିବ । ୨୦୨୬ ପର୍ଯ୍ୟନ୍ତ ଭାରତ ୫୬ଟି ମ୍ୟାଚ ଖେଳିବ । ଏହି ଚୁକ୍ତି ଆସନ୍ତା ମାସରୁ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଆରମ୍ଭ ହେବ ।

ଆଇଡିଏଫସି ଓ ସୋନୀ ସ୍ପୋର୍ଟ୍ସ ମଧ୍ୟରେ ଏ ନେଇ କଡା ମୁକାବିଲା ହୋଇଥିଲା । ଶେଷରେ ଆଇଡିଏଫସି ବାଜି ମାରିଥିଲା । ସେହିପରି ବାଇଜୁ ବଦଳରେ ଏବେ ଡ୍ରିମ ୧୧ ଟିମ ଇଣ୍ଡିଆର ଜର୍ସି ସ୍ପନଶର ରହିବ । ଡ୍ରିମ ୧୧ ଚଳିତ ବର୍ଷ ୩୫୮ କୋଟି ଟଙ୍କାରେ ଏହି ରାଇଟ୍ସ କ୍ରୟ କରିଥିଲା । ଏହା ୩ ବର୍ଷ ପାଇଁ ବଳବତର ରହିବ । ଆଡିଡାସ ଟିମ ଇଣ୍ଡିଆର କିଟ ସ୍ପନଶର ରହିଛି ।

Leave A Reply

Your email address will not be published.