Latest Odisha News

BREAKING NEWS

ବାଂଲାଦେଶରେ ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବାଂଲାଦେଶରେ ରିଲିଜ୍ ହେଲା ବଲିଉଡର଼ ଭାଇଜାନ୍ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ । ଶୁକ୍ରବାର ଏଠାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ହେଉଛି ଜି ଷ୍ଟୁଡିଓର ପ୍ରଥମ ଫିଲ୍ମ । ୧୯୭୧ ମସିହା ପରେ ନିକଟରେ ପ୍ରଥମେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବାଂଲାଦେଶରେ ରିଲିଜ୍ ହୋଇଥିଲା । ଏହାକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭଳ ବ୍ୟବସାୟ ବି କରିଥିଲା । ଏହାକୁ ଦୃଷ୍ଟିରେ ରଖି ପୁଣି ବାଂଲାଦେଶରେ ରିଲିଜ୍ ହୋଇଛି ‘କିସି କା ଭାଇ କିସି କି ଜାନ୍ ।

ବଲିଉଡ଼ ଭାଇଜାନ୍ ସଲମାନ ଖାନ ପ୍ରତିବର୍ଷ ଇଦ୍‌ରେ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଭେଟି ଦେଇଥାନ୍ତି । ଗତ ଇଦ୍ ଅବସରରେ ସଲମାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ବର୍ତ୍ତର୍ମାନ ସଲମାନଙ୍କ ଏହି ଫିଲ୍ମ ବାଂଲାଦେଶରେ ରିଲିଜ୍ ହୋଇଛି । ବାଂଲାଦେଶୀ ପ୍ରଶଂସକମାନେ ଭାଇଜାନଙ୍କ ଏହି ଫିଲ୍ମକୁ ଉପଭୋଗ କରିପାରିବେ ।

Leave A Reply

Your email address will not be published.