Latest Odisha News

BREAKING NEWS

ଓଟିଟିରେ ଡେବ୍ୟୁ କରିବେ କରିନା, ନିଜ ଜନ୍ମଦିନରେ ହେବ ରିଲିଜ୍‌

ମୁମ୍ବାଇ: ଓଟିଟିରେ ଡେବ୍ୟୁ କରିବେ ବଲିଉଡ ନାୟିକା କରିନା କପୁର । ସେ ବଡ ପରଦାରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଛନ୍ତି । ଖୁବଶୀଘ୍ର ସେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ । କ୍ରାଇମ ଥ୍ରୀଲରରେ କରୀନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହି ଫିଲ୍ମର ନାମ ହେଉଛି ‘ଜାନେ ଜାନ’ । ଏହା ସେପ୍ଟେ୍ଟମ୍ବର ୨୧ ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । କରିନାଙ୍କ ଜନ୍ମଦିନରେ ଏହା ରିଲିଜ ହେବ । ସେପ୍ଟେମ୍ବର ୨୧ ହେଉଛି କରିନାଙ୍କ ଜନ୍ମଦିନ । ଏହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କରିନା ମାଇକ ଧରି ଗୀତ ଗାଉଛନ୍ତି ଓ ଅନ୍ୟ ପଟେ ବିଜୟ ବର୍ମା କାରରୁ ଓହ୍ଲାଇଥିବାର ନଜର ଆସୁଛନ୍ତି । ଏହି ଭିଡ଼ିଓଟି ଖୁବ ସସପେନ୍ସ ଏବଂ ରୋମାଞ୍ଚକର । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି । ଅନେକ ୟୁଜର ହାର୍ଟ ଇମୋଜି ଦେଇଥିବା ବେଳେ ଆଉ କିଛି ୟୁଜର ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.