ଗୋଆ: ବେଳାଭୂମିରେ ଇଟିଲି-ସାମ୍ବର ବିକ୍ରି ଯୋଗୁଁ ଗୋଆରେ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ହ୍ରାସ ଘଟୁଛି । ବିଜେପି ବିଧାୟକ ମାଇକେଲ ଲୋବୋ ଗୁରୁବାର ଦିନ ଏପରି ମନ୍ତବ୍ୟ ଦେଇଛନ୍ତି।
ଉତ୍ତରଗୋଆର କଲଙ୍ଗୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଇକେଲ ରାଜ୍ୟକୁ ପର୍ଯ୍ୟଟକ ନ ଆସିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ବେଙ୍ଗାଲୁରୁ କିଛି ବ୍ୟବସାୟୀ ସମୁଦ୍ରକୂଳରେ ‘ବଡା ପାୱ’ ବିକୁଛନ୍ତି ଓ ଅନ୍ୟ କିଛି କିଛି ଇଟିଲି-ସମ୍ବର ବିକ୍ରି କରୁଛନ୍ତି। ଏଥିପାଇଁ ଗତ ଦୁଇ ବର୍ଷ ହେଲା ରାଜ୍ୟରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ହ୍ରାସ ପାଉଛି।” ତେବେ ଦକ୍ଷିଣ ଭାରତର ଲୋକପ୍ରିୟ ଏହି ଜଳଖିଆ ପର୍ଯ୍ୟଟକ ହ୍ରାସ ପାଇଁ କିଭଳି ଦାୟୀ ସେ ନେଇ ବିଧାୟକ ଅଧିକ କିଛି କହି ନାହାନ୍ତି।
ବିଧାୟକ ଆହୁରି ମଧ୍ୟ କହିଛନ୍ତି “ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଉତ୍ତର -ଦକ୍ଷିଣ ସବୁଠି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ହୋଇଛି। ଏଥିପାଇଁ ଅନେକ କାରଣ ଦାୟୀ।”
ଲୋବୋ କହିଛନ୍ତି ଯେ, ପ୍ରତିବର୍ଷ କିଛି ବିଦେଶୀ ଗୋଆକୁ ଆସୁଛନ୍ତି , କିନ୍ତୁ ବିଦେଶରୁ ଆସିଥିବା ଯୁବ ପର୍ଯ୍ୟଟକ ରାଜ୍ୟଠାରୁ ଦୂରେଇ ଯାଉଛନ୍ତି। ସେ କହିଛନ୍ତି, “ପର୍ଯ୍ୟଟନ ବିଭାଗ ଏବଂ ଅନ୍ୟ ଅଂଶୀଦାରମାନେ ମିଳିତ ବୈଠକ କରିବା ଉଚିତ ; ବିଦେଶୀ ପର୍ଯ୍ୟଟକମାନେ ଗୋଆକୁ କାହିଁକି ଆସୁନାହାଁନ୍ତି ସେହି କାରଣ ଉପରେ ଅଧ୍ୟୟନ କରିବା ଉଚିତ୍ ।
Comments are closed.