Latest Odisha News

BREAKING NEWS

ଇଡୁକ୍କି ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ଇଡୁକ୍କି ଜିଲ୍ଲାରେ ଶୁକ୍ରବାର ହୋଇଥିବା ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏବେବି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରବିବାର ରାଜାମାଲାରେ ଭୂସ୍ଖଳନ ହୋଇଥିଲା । ଏହି ଘଟଣାରେ ୧୬ ଜଣଙ୍କ ମୃତୁଦେହ ଉଦ୍ଧାର ହୋଇଛି । ଏହାପରେ ମୋଟ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି ।

ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ, ପେଟିମାଲା ପାହାଡର ଏକ ଅଂଶରେ ରହୁଥିବା ଚା ବଗିଚା କର୍ମଚାରୀଙ୍କ ସହରକୁ ଧ୍ୱଂସ କରିଦେଇଥିଲା । ସେପଟେ ଇଡକ୍କି ଜିଲ୍ଲାପ୍ରଶାସନ କହିଛନ୍ତି ମୃତ୍ୟୁ ସଂଖ୍ୟା ଅହୁରି ବଢ଼ିପାରେ । କାରଣ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉଦ୍ଧାରକାର୍ଯ୍ୟ ପାଇଁ ହେଲିକେପ୍ଟର ସେବା ପ୍ରଦାନ କରିବାକୁ ଭାରତୀୟ ବାୟୁସେନା ସହ ଯୋଗାଯୋଗ କରିଛନ୍ତି । ଖୁବ ଶୀଘ୍ର ଏହି ସେବା ଉପଲବ୍ଧ କରିବାକୁ ଆଶା କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜା କହିଛନ୍ତି ଯେ ଗୋଟିଏ ମୋବାଇଲ ମେଡିକାଲ ଟିମ ଓ ୧୫ଟି ଆମ୍ବୁଲାଏନ୍ସ ଘଟଣାସ୍ଥଳକୁ ପଠାଯାଇଛି । ଆବଶ୍ୟକ ପଡିଲେ ଆହୁରି ମେଡିକାଲ ଟିମ ପଠାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.