ସରଳ କବିତା

(ଭାବାନୁବାଦ – ପ୍ରଶାନ୍ତ କୁମାର ଦାଶ)

ଦିନେ ମୁଁ ଲେଖିଲି,
ଏକ ସରଳ କବିତା।
ବିଜ୍ଞାନୀ ଭାବିଲେ,
ଏହା କେତେ ଜଟିଳ !

ଅଗୁଁଆର ପାଠକ କହିଲେ,
ଭାରି ସହଜିଆ।
ଏମିତି ………..
କେହିବି ପଢିଲେନି ତାହାକୁ।

କବିତାଟି ଏତେ ସହଜ ଥିଲାଯେ ,
ଶବ୍ଦରାଜି ମୋ ମୁହଁରେ ଝଲସି ଉଠୁଥିଲା,
ଦର୍ପଣବତ୍।

ଲୋହିତ ବିରାଗ ଆବେଗ,
ଠିକ୍ ମୋ ରୁଧିର ରଙ୍ଗନେଲା।
ଉଦ୍ଭାସିତ ହେଲା ବିଭବରାଜି,
ସତେକି ମୋ ସ୍ଵପ୍ନ !

ଅତି ସାବଲୀଳ ସେ ଗୀତିକା,
ସଂଚିବାକୁ ସାହିତ୍ୟର ନିବୁଜ ଗନ୍ତାଘରେ।
ସେଥିପାଇଁ ସେ ମୋର ଚିରସାଥି,
ନୀତି ,ନି…ତି ଶୟନ,ସ୍ୱପନ ଜାଗରଣରେ।
ଏପରିକି,ଶେଷ ରୋଷଣିରେ ବି।

ସେ ମାେର ଚିରସଙ୍ଗ,ଚିରସହଚର ,
କାହିଁକି ଜାଣ ??
କାରଣ,ଏହା ହିଁ ମୁଁ….
ମୋର ଜୀବନର ଜଳଛବି,
ମୋ ସରଳ ପ୍ରକରଣ,
ଜୀବନର ନିରାଡ଼ମ୍ବର ଉଚ୍ଛ୍ୱାସ।

(ପୂଣ୍ୟାତ୍ମା ଗଣେଶ୍ୱର ମିଶ୍ରଙ୍କ ୫ମ ଆରୋହଣ ତିଥିରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି)