Latest Odisha News

BREAKING NEWS

ଗଞ୍ଜାମରେ ୧୦ ହଜାର ପାର କଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ । ସଂକ୍ରମିତ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଅଛି । ସେହିପରି ଜିଲ୍ଲାରୁ ଅଧିକ ଲୋକ ସୁସ୍ଥ ବି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ରାଜ୍ୟ ତୁଳନାରେ ଗଞ୍ଜାମ ଜିଲ୍ଲାରେ ସୁସ୍ଥତା ହାର ଅଧିକ ରହିଛି ।

୮୨% ଆକ୍ରାନ୍ତ ସୁସ୍ଥ
ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୪୦୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ହଜାର ୫୭୩କୁ ବୃଦ୍ଧି ପାଇଛି । ଅର୍ଥାତ ମୋଟ୍ ଆକ୍ରାନ୍ତଙ୍କ ୮୨ ପ୍ରତିଶତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୮୫୫ ଜଣ । ବର୍ତ୍ତମାନ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୧୪୩ । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ ସୁସ୍ଥତା ହାର ଢ଼େର ଅଧିକ ରହିଛି । ସଂକ୍ରମଣ ବଢୁଥିଲେ ବି ଆରୋଗ୍ୟ ଲାଭ କରିଛନ୍ତି ଅଧିକ ।

ଚଳିତ ସପ୍ତାହରେ ପଜିଟିଭ୍ କେସ୍ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ ହଜାର ୧୫୫ଟି ଗାଁରୁ ୨ ହଜାର ୬୧୭ଟି ଗାଁ ଗ୍ରୀନ୍ ଜୋନରେ ରହିଛି । ରେଡ୍ ଜୋନରେ ଆସୁଛି ୫୩୮ଟି ଗାଁ ।

Leave A Reply

Your email address will not be published.