Latest Odisha News

ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିବାକୁ କାହିଁକି କୁହାଯାଏ ? ଜାଣନ୍ତୁ କାରଣ

ଭୁବନେଶ୍ୱର: ଯେତେବେଳେ ମୋବାଇଲ ପାଣିରେ ପଡ଼ିଯାଏ, କୁହାଯାଏ ଯେ ମୋବାଇଲକୁ ଶିଖିଲା ଚାଉଳ ଭିତରେ ରଖିଦେବାକୁ। ଏହାଦ୍ୱାରା ମୋବାଇଫୋନ ଠିକ ହୋଇଯିବ। ହେଲେ ଏହା କେମିତି ସମ୍ଭବ ଯେ ପାଣିରେ ପଡ଼ିଯାଇଥିବା ମୋବାଇଲ ଚାଉଳ ଭିତରେ ରଖିଲେ ଠିକ୍ ହୋଇଯିବ । କୁହାଯାଏ ପାଣିରେ ପଡ଼ିଯାଇଥିବା ମୋବାଇ ଶୁଖିଲା ଚାଉଳ ଭିତରେ ରଖିଲେ, ମୋବାଇଲ ଭିତରେ ପଶିଯାଇଥିବା ପାଣି ଶୁଖିଯାଇଥାଏ। ଏହାଦ୍ୱାରା ମୋବାଇଲରେ ଆଉ ସର୍ଟ ସର୍କିଟ ହୋଇନଥାଏ। ଚାଉଳରେ ଅଧିକ ଆର୍ଦ୍ରତା ଗ୍ରହଣ କରିବାର କ୍ଷମତା ଅଛି, ଯାହାକୁ ହାଇଗ୍ରୋସ୍କୋପିକ୍ ଗୁଣ ବୋଲି କୁହାଯାଏ।

Don't put your wet phone in rice. Here's what to do instead | AP News

ମୋବାଇଲକୁ ଶୁଖିଲା ଚାଉଳରେ ରଖିବା ଦ୍ୱାରା ଚାଉଳ ଧୀରେ ଧୀରେ ଫୋନ୍ ଭିତରେ ଥିବା ପାଣିକୁ ବାହାର କରିଥାଏ।  ସାଧାରଣତ, ପାଣିରେ ପଡ଼ିଯାଇଥିବା ଫୋନକୁ ଚାଉଳରେ 24ରୁ 48 ଘଣ୍ଟା ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ। ଯାହାଦ୍ୱାରା ଫୋନ ଭିତରେ ପଶିଥିବା ପାଣି ସଠିକ୍ ଭାବରେ ଶୁଖିଯାଏ। ଯଦିଓ, ଏହି ପଦ୍ଧତି 100% ପ୍ରମାଣ ଯୋଗ୍ୟ ନୁହେଁ, କିନ୍ତୁ ଏହା ଏକ ସହଜ ଏବଂ ଘରୋଇ ଉପାୟ, ଯାହା ଦ୍ୱାରା ଫୋନକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଚାଉଳରେ ଫୋନ୍ ରଖିବା ପୂର୍ବରୁ ମୋବାଇଲ୍ ବନ୍ଦ କରନ୍ତୁ, ବ୍ୟାଟେରୀ (ଯଦି ଅପସାରଣ ଯୋଗ୍ୟ) ଏବଂ ସିମ୍ କାର୍ଡ ବାହାର କରି ରଖନ୍ତୁ। ନହେଲେ ସର୍ଟ ସର୍କିଟ ହେବା ଅଧିକ ସମ୍ଭାବନା ରହିଛି।

Fact or Fiction: Putting your phone in uncooked rice can save it from water  damage | Featured News Story | Verizon

ଚାଉଳରେ ମୋବାଇଲ୍ ଫୋନ୍ ଶୁଖାଇବା ପାଇଁ ସମସ୍ତ ପ୍ରକାରର ଚାଉଳ ସମାନ ଭାବରେ କାମ କରିଥାଏ, କାରଣ ପାଣି ଅବଶୋଷଣକାରୀ ଗୁଣ (ହାଇଗ୍ରୋସ୍କୋପିକ୍ ପ୍ରପର୍ଟି) ଚାଉଳର ସଂରଚନାରେ ରହିଥାଏ।  ଯାହା ସମସ୍ତ ପ୍ରକାର ଚାଉଳରେ ଥାଏ। ତଥାପି, କିଛି ପାର୍ଥକ୍ୟ ହେତୁ, କିଛି ଚାଉଳ ଅନ୍ୟ ଚାଉଳ ତୁଳନାରେ ସାମାନ୍ୟ ଭଲ ହୋଇପାରେ ।

Leave A Reply

Your email address will not be published.