Latest Odisha News

Revenue Minister: ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ମୋତେ ଜଣାନ୍ତୁ: ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଦୁର୍ନୀତିଗ୍ରସ୍ତଙ୍କ ପିଠିରେ ବାଜିବ ମନ୍ତ୍ରୀଙ୍କ ଛାଟ । ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ଜଣାଇବାକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସିଧାସଳଖ ମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ ଜଣାଇବାକୁ କହିଛନ୍ତି ସୁରେଶ ପୂଜାରୀ । ଦୁର୍ନୀତି ସମସ୍ୟା ଅଛି ଏହା ଅଭ୍ୟାସରେ ପରିଣତ ହୋଇଛି । ଏହାକୁ ବନ୍ଦ ପାଇଁ ରାଜସ୍ୱ ବିଭାଗ ବିଭିନ୍ନ ସଂସ୍କାର କରାଯିବ ।

ସାଧାରଣ ନାଗରିକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଯୋଗାଇ ଦେବା ପାଇଁ ଆମେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଂସ୍କାର ମୂଳକ ଗାଇଡ଼ ଲାଇନ ଜାରି କରିଛୁ ।

ପୁରା ରାଜସ୍ବ ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ । ଭଲ କାମ କଲେ ଭଲ ଜାଗାରେ ପୋଷ୍ଟିଂ କରାଯିବ । ୩୦୦ OAS ଅଫିସରଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କଲୁ । ଆଇନ ଅଛି । ରାଜସ୍ବ ଅଧିକାରୀଙ୍କୁ ସସ୍ପେଣ୍ଡ କଲୁ । ବହୁ ଲୋକ ଗିରଫ ହୋଇ ଜେଲ୍ ଗଲେ ।

ପ୍ରତ୍ୟେକ ଦିନ କେଉଁ ସେବା ହେଲା ଆମ ଅଫିସକୁ ଡାଟା ଆସୁଛି । ମୋତେ ସିଧା ଫୋନ୍ କରି ଲୋକେ ଅଭିଯୋଗ କରୁଛନ୍ତି । କିଛି ସମୟ ବିଳମ୍ବ ହୋଇପାରେ କିନ୍ତୁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ । ସରକାର ପ୍ରସ୍ତୁତ ଅଛନ୍ତି ବିନା ଲାଞ୍ଚରେ ରାଜସ୍ବ ସେବା ଦେବାପାଇଁ । ଯିଏ ପଇସା ମାଗିବ ମତେ ଜଣାନ୍ତୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.