ନୂଆଦିଲ୍ଲୀ: ଡରାଇଲାଣି କରୋନା । ପଡୋଶୀ ଚୀନରେ ଏହାର ଭୟଙ୍କର ରୂପ ଦେଖିବା ପରେ ମନେ ପଡ଼ି ଯାଉଛି ସେଦିନର ଭୟଙ୍କର ଅନୁଭୂତି । ସଟଡାଉନ..ଲକଡାଉନ.. । ଖାଦ୍ୟର ଅଭାବ..ଘର ଅଭାବ.. ଅର୍ଥ ଅଭାବ । ତା ଭିତରେ ଯାନବାହନ ଠପ୍ । ଏସବୁ ନାହିଁ ନାହିଁ ଭିତରେ ଜୀବନ ଅଟକି ଯାଇଥିବା କଥା ମନେ ପଡିଲେ ମନେ ପଡିଯାଏ କେତେଜଣ ବଦାନ୍ୟ ମଣିଷଙ୍କ କଥା । ତା ଭିତରେ ଜଣେ ସୋନୁ ସୁଦ୍ । କିଛି ଦିନ କରୋନାରୁ ଆଶ୍ୱସ୍ତି ମିଳିଥିବାବେଳେ ଏବେ ପୁଣି ଡରାଇବାକୁ ଆରମ୍ଭ କରିଛି ସେଇ ଭୟଙ୍କର ଭୂତାଣୁ । ଆଉ ତା ଭିତରେ ପୁଣି ମନେ ପଡିଛନ୍ତି ସୋନୁ ସୁଦ ।
ଆଗକୁ ସଂକ୍ରମଣ ବଢିବାର ଆଶଙ୍କା ଥିବା ଦେଖି ସାମ୍ନାକୁ ଆସିଛନ୍ତି ବଲିଉଡ ଆକ୍ଟର ସୋନୁ ସୁଦ । ସେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସେ ସବୁବେଳେ ଅଛନ୍ତି ବୋଲି ଆଶ୍ୱାସନା ବି ଦେଇଛନ୍ତି ।
ସେ ଏକ ଟୁଇଟ କରି କହିଛନ୍ତି, ଅସହାୟ ଲୋକଙ୍କ ପ୍ରତି ତାଙ୍କର ସେବା ସବୁବେଳେ ଉପଲବ୍ଧ ରହିବ । ସେ ଟୁଇଟରେ ଆହୁରି ଲେଖିଛନ୍ତି, କରୋନା ପ୍ରତି ସାବଧାନ ରୁହନ୍ତୁ କିନ୍ତୁ ଡରନ୍ତୁ ନାହିଁ । ଭଗବାନ କରନ୍ତୁ, ମୋର ଆବଶ୍ୟକ ନ ପଡୁ । ଯଦି ଦରକାର ପଡେ ତେବେ ମନେ ରଖିଥିବେ- ମୋ ନମ୍ବର ଯାହା ଥିଲା ସେଇଆ ହିଁ ରହିଛି ।
ଏବେ ସୋନୁ ସୁଦ ମହାକାଳଙ୍କ ଆଶୀର୍ବାଦ ନେବାପାଇଁ ଉଜ୍ଜୟନୀରେ ଅଛନ୍ତି । ସେ କହିଛନ୍ତି, ଗତ କିଛି ଦିନ ଭିତରେ ଆମର ସ୍ୱେଚ୍ଛାସେବୀ, ବିଭିନ୍ନ ସ୍ଥାନରେ କାମ କରୁଥିବା ଲୋକଙ୍କୁ ନେଇ ବୈଠକ କରିଥିଲୁ । ଯେ କୌଣସି ଆବଶ୍ୟକତା ପାଇଁ ସେମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛି । ଯେ କୌଣସି ପ୍ରକାର ଅସୁବିଧାରେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଆମ ଦ୍ୱାରା ଯାହା ସମ୍ଭବ ସବୁପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ । ଆମ ପାଖକୁ ଆସୁଥିବା ଗୋଟିଏ ବି କଲ ଯେପରି ବୃଥା ନ ଯାଏ ସେଥିପାଇଁ ଚେଷ୍ଟା କରିବୁ ।
कोरोना से सावधानी बरतें, डरे नहीं
ईश्वर करे मेरी ज़रूरत ना पड़े
लेकिन अगर लगे
तो याद रखना .. नंबर वही है?
— sonu sood (@SonuSood) December 23, 2022
Comments are closed.