Latest Odisha News

BREAKING NEWS

ଏବେ ନିର୍ବାଚନ ହେଲେ ଓଡ଼ିଶାରେ ୨୧ ଲୋକସଭା ଆସନରୁ ବିଜେଡି ୮ଟି ଆସନ ଜିତିବ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ନିର୍ବାଚନ ହେଲେ ଦେଶରେ ବିଜେପି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାଜିମାତ କରିବ। କିନ୍ତୁ ୟୁପିଏର ପ୍ରଦର୍ଶନ ମଧ୍ୟ ସୁଧୁରିବ ବୋଲି ଜଣାପଡିଛି। ଯଦି ଦେଶରେ ଏବେ ଲୋକସଭା ନିର୍ବାଚନ ହୁଏ। ଇଣ୍ଡିଆ ଟିଭି-ମ୍ୟାଟ୍ରାଇଜ୍ ନ୍ୟୁଜ୍ କମ୍ୟୁନିକେସନ୍ ଦ୍ୱାରା ଦେଶବ୍ୟାପୀ ହୋଇଥିବା ସର୍ଭେରୁ ଏହା ଜଣାପଡିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ମୋଟ ୫୪୩ଟି ଆସନରୁ ୩୬୨ଟି ଲୋକସଭା ଆସନରେ ବିଜୟ ହେବ ବୋଲି ଜଣାପଡିଛି। ସର୍ଭେରେ ଯଦି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ ତେବେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ  ୯୭ଟି ଲୋକସଭା ଆସନରେ ଜିତିବ ବୋଲି ଆକଳନ କରାଯାଇଛି। ସେହିପରି ଅନ୍ୟାନ୍ୟ ଦଳ ୮୪ଟି ଆସନ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ରାଜ୍ୟର ଶାସକ ଦଳ ବିଜେଡି ଏବେ ନିର୍ବାଚନ ହେଲେ ବିରୋଧୀ ବିଜେପି ଅପେକ୍ଷା କମ୍ ଆସନ ପାଇବ ବୋଲି ସର୍ଭେରେ କୁହାଯାଇଛି। ମୋଟ୍ ୨୧ ଲୋକସଭା ଆସନରୁ ବିଜେଡି ୮ଟି, ବିଜେପି ନେତୃତ୍ୱାଧୀନ ଏନଡିଏ ୧୧ ଏବଂ ୟୁପିଏ ମାତ୍ର ୨ଟି ଆସନରେ ଜିତିବ ବୋଲି ଜଣାପଡିଛି।

୨୦୧୯ ସାଧାରଣ ନିର୍ବାଚନରେ  ୨୧ ଆସନରୁ ବିଜେଡି ୧୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୮ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା।

ଏହି ସର୍ଭେରେ ଏନଡିଏ ବୋଲି ଉଲ୍ଲେଖ ରହିଛି। ରାଜ୍ୟରେ ଏବେ ତିନି ପ୍ରମୁଖ ଦଳ ଭାବେ ବିଜେଡି, ବିଜେପି ଏବଂ କଂଗ୍ରେସ ରହିଛି। ଅନ୍ୟ କୌଣସି ଦଳ ନାହିଁ। ଯେଉଁମାନେ ବି ଥିଲେ ସମୟକ୍ରମେ ସେମାନଙ୍କ ରାଜନୈତିକ ପାର୍ଟି ଅଫିସ ବନ୍ଦ କରି ଦେଇଛନ୍ତି। ଏପରି ସ୍ଥିତିରେ ଇଣ୍ଡିଆ ଟିଭି ସର୍ଭେ ରାଜ୍ୟରେ ଏନଡିଏର ଅଂଶୀଦାର ଭାବେ ବିଜେପି ବ୍ୟତୀତ ଆଉ କାହାକୁ ନେଇଛି ତାହା ସ୍ପଷ୍ଟ ହୋଇନି। ପୂର୍ବରୁ କିନ୍ତୁ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ରହିଥିଲା। ଏହାକୁ ଏନଡିଏ ବୋଲି କୁହାଯାଉଥିଲା। କିନ୍ତୁ ୨୦୦୯ ପରେ ଏହି ମେଣ୍ଟ ଭାଙ୍ଗିଯାଇଥିଲା।

Leave A Reply

Your email address will not be published.