ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ବିଶେଶ୍ୱର l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ନିଜ ଲୋକଙ୍କୁ ନପଚାରିବାରୁ ମମତା ଦଳ ଛାଡ଼ି ଥାଇପାରନ୍ତି l ବିଜେଡିକୁ ଭାଙ୍ଗିବାରେ ବିଜେପିର କୌଣସି ହାତ ନାହିଁ l ଦଳ ମୋତେ ଟିକେଟ ଦେଲାନି ତଥାବି ମୁଁ କାମ କରିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଶେଶ୍ବର ଟୁଡୁ l
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହନ୍ତ l ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସାଂସଦ ପଦରୁ ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୮କୁ ଖସିଛି । କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହନ୍ତ । ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.