ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ବିଶେଶ୍ୱର l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ନିଜ ଲୋକଙ୍କୁ ନପଚାରିବାରୁ ମମତା ଦଳ ଛାଡ଼ି ଥାଇପାରନ୍ତି l ବିଜେଡିକୁ ଭାଙ୍ଗିବାରେ ବିଜେପିର କୌଣସି ହାତ ନାହିଁ l ଦଳ ମୋତେ ଟିକେଟ ଦେଲାନି ତଥାବି ମୁଁ କାମ କରିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଶେଶ୍ବର ଟୁଡୁ l
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହନ୍ତ l ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସାଂସଦ ପଦରୁ ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୮କୁ ଖସିଛି । କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହନ୍ତ । ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି।
BREAKING NEWS
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
- ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
- Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ
- Chennai Blast: ସିଲିଣ୍ଡର ବିସ୍ଫୋରଣରେ ଦୁଇ ଶିଶୁଙ୍କ ମୃତ୍ୟୁ, ୭ ଆହତ; ଭୁଶୁଡ଼ି ପଡ଼ିଲା ୩ ଘର
- ମହିଳା ସିିନିୟର ଆନ୍ତଃଜୋନ ଟ୍ରଫି କ୍ରିକେଟ: ପୂର୍ବାଂଚଳ ଦଳରେ ୪ ଓଡିଆ
Comments are closed.