Latest Odisha News

ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ: ଚୀନ-ପାକିସ୍ତାନ ସହ ବିଗୁଡୁଛି ଭାରତର ସମ୍ପର୍କ: ଉସକାଇଲେ ଛାଡିବେନି ମୋଦି ସରକାର

ୱାଶିଂଟନ:ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି । ଯଦି ଉତ୍ତେଜନା ଉଗ୍ର ରୂପ ନିଏ ତେବେ ଯୁଦ୍ଧ ଅବଶ୍ୟମ୍ଭାବୀ । ଏମିତି ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ଏଜେନ୍ସି ।

ବୁଧବାର ଉକ୍ତ ଏଜେନ୍ସି ସାଂସଦମାନଙ୍କୁ ଏ ନେଇ ସୂଚନା ଦେଇଛି । ଗୁଇନ୍ଦା ରିପୋର୍ଟରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପାକିସ୍ତାନକୁ କଡା ଜବାବ ଦେବ । ପାକିସ୍ତାନ ଯଦି ଯୁଦ୍ଧ ପାଇଁ ଉସକାଏ ତେବେ ଭାରତୀୟ ସେନା ଏହାର ଜବାବ ଦେବାର ସମ୍ଭାବନା ପୂର୍ବ ଅପେକ୍ଷା ଅଧିକ ରହିଛି ।

ରିପୋର୍ଟରେ ଆହୁରି କୁହାଯାଇଛି, ଭାରତ-ଚୀନ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ଏବଂ ବିବାଦର ସମାଧାନ ପାଇଁ ଚେଷ୍ଟା ଚାଲିଛି । ଉଭୟ ଦେଶର ସମ୍ପର୍କ ୨୦୨୦ରେ ଗଲବାନ ସଂଘର୍ଷ ପରେ ବେଶି  ଗମ୍ଭୀର ହୋଇପଡ଼ିଛି ।

ଏଲଏସିରେ ଭାରତ ଏବଂ ଚୀନ ନିଜର ସୈନ୍ୟବଳ ଏକତ୍ରିତ କରୁଛନ୍ତି । ଏହି ସ୍ଥିତି ଦୁଇ ପରମାଣୁ ଶକ୍ତିଶାଳୀ ଦେଶ ମଧ୍ୟରେ ସଶସ୍ତ୍ର ଯୁଦ୍ଧ ଭୟକୁ ଅଧିକ ବଢାଇ ଦେଇଛି । ଦୁଇ ଦେଶ ମଧ୍ୟରେ ଯୁ୍ଦ୍ଧ ଘଟିଲେ ଆମେରିକା ସିଧାସଳଖ ପ୍ରଭାବିତ ହେବ ।

ଆମେରିକା ସଂସଦରେ ଉପସ୍ଥାପିତ ଏହି ରିପୋର୍ଟ ଅନୁସାରେ ନୂଆ ଦିଲ୍ଲୀ ଏବଂ ଇସଲାମବାଦ ସମ୍ଭବତଃ ୨୦୨୧ ପ୍ରାରମ୍ଭରେ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବରତି ଘୋଷଣା କରିବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଚ୍ଛୁକ ଅଛନ୍ତି । ତେବେ ପାକିସ୍ତାନ ଭାରତ ବିରୋଧୀ ଆତଙ୍କବାଦକୁ ସମର୍ଥନ କରୁଥିବାର ଇତିହାସ ରହିଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ  ସରକାର ପାକିସ୍ତାନର ଏପରି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପର ଉଚିତ ଜବାବ ଦେବାର ସମ୍ଭାବନା ତୁଳନାତ୍ମକ ଭାବେ ଅଧିକ ରହିଛି।

ଆମେରିକା ବିଦେଶ ବିଭାଗ ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଏବେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପରେ ଆମେରିକା ପାକିସ୍ତାନ ସହ କାମ କରିବା ନେଇ ଚିନ୍ତା କରିବାର ସମୟ ଆସିଛି ।

Leave A Reply

Your email address will not be published.