Latest Odisha News

“କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ରାଜ୍ୟରୁ ହଟାଇବୁ ମଦ ବ୍ୟାନ”

ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ବିହାର ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ଏପରି କିଛି ବଡ ଘୋଷଣା କରିଛନ୍ତି ବିହାର ରାଜନୀତିରେ ନିଜର ପାଦ ଥାପିବାକୁ ଯାଉଥିବା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରୀ ।

ତେବେ ଅକ୍ଟୋବର ୨ରେ ଜନ ସୁରାଜର ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏକ ନୂଆ ଦଳ ନେଇ ରାଜନୀତି ରଣଭୂମିକୁ ଓହ୍ଲାଉଥିବା ପ୍ରଶାନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳର ପ୍ରତିଷ୍ଠା ଦିବସ ପାଇଁ କିଛି ସ୍ବତନ୍ତ୍ର ରଣନୀତି ଆବଶ୍ୟକ ନାହିଁ । ଏଥିପାଇଁ ଦୁଇ ବର୍ଷ ହେଲା ଆମେ ଆମର ପ୍ରସ୍ତୁତି ଚଳାଇଛୁ । ଯଦି ଜନ ସୁରାଜ କ୍ଷମତାକୁ ଆସେ ତାହାଲେ ଆମେ ଘଣ୍ଟାଏ ଭିତରେ ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ନୀତିଶ କୁମାର ମଦ ବ୍ୟାନ ନିଷ୍ପତ୍ତି ନେଇ ପ୍ରତାରଣା କରିଛନ୍ତି । ଯାହା କି ଅପ୍ରଭାବିତ ପ୍ରମାଣିତ ହୋଇଛି । ମଦ ବ୍ୟାନ କାରଣରୁ ବେଆଇନ ଘରୋଇ ମଦ ବେପାର ବିକ୍ରି ବଢିବାରେ ଲାଗିଛି । ମଦ ବ୍ୟାନ ପାଇଁ ୨୦ ହଜାର କୋଟି ରାଜସ୍ବରୁ ବି ବଞ୍ଚିତ ହୋଇଛି ରାଜ୍ୟ । ବେଆଇନ ମଦ କାରବାରରେ କିଛି ରାଜନେତା ଆଉ ଚାକିରିଆ ମଧ୍ୟ ଲାଭ ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଶାନ୍ତ ।

ତେବେ କହିରଖୁଛୁ, ୨୦୧୬ ଏପ୍ରିଲ ୫ ତାରିଖରେ ବିହାର ରାଜ୍ୟରେ ମଦ ବ୍ୟାନ କରିଥିଲେ ନୀତିଶ ସରକାର । ରାଜ୍ୟରେ ମଦ ମୃତ୍ୟୁ ବଢିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସରକାର । ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ମଦ କିଣାବିକା, ଉତ୍ପାଦନ, ସେବନ ଓ ପରିବହନ ଇତ୍ୟାଦି ଉପରେ ସଂପୂର୍ଣ୍ଣ ରୋକ ଲାଗାଯାଇଛି ।

Comments are closed.