Latest Odisha News

BREAKING NEWS

ମକା ଖାଇବା ପରେ ପାଣି ପିଉଛନ୍ତି କି? ରୁହନ୍ତୁ ସାବଧାନ !

ଯଦି ଆପଣ ମକା ଖାଇବା ପରେ ପାଣି ପିଉଛନ୍ତି ତେବେ ଏହା ଆପଣଙ୍କର ହଜମ ପ୍ରକ୍ରିୟାକୁ ବହୁତ ଖରାପ କରିପାରେ। ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପକ୍ଷେ ହାନିକାରକ ହୋଇଥାଏ। ମକାରେ ଯଥେଷ୍ଟ ମାତ୍ରାରେ ଫାଇବର୍‌ ରହିଥାଏ ଯାହା ଫଳରେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

ଖାଇବା ସମୟରେ ପାଣି ପିଇବା ଦ୍ବାରା ବ୍ଲୋଟିଂ ଅର୍ଥାତ୍ ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୁଏ। ଏଥିରେ ଥିବା କାର୍ବସ୍ ଏବଂ ଷ୍ଟାର୍ଚ ଆପଣଙ୍କ ପେଟରେ ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ସହିତ ପେଟ ଫୁଲିବା ଓ ବାନ୍ତି ମଧ୍ୟ ହୋଇପାରେ।

ଯଦି ଆପଣ ମକା ଖାଉଛନ୍ତି ତେବେ ପାଣି ପିଇବାକୁ ଟିକିଏ ଅପେକ୍ଷା କରିବା ଉଚିତ। ମକା ଖାଇବା ପୂର୍ବରୁ ଅଧିକ ପାଣି ନିଅନ୍ତୁ। ମକା ଖାଇବାର ଅତି କମ୍‌ରେ ୪୫ ମିନିଟ୍‌ ପରେ ପାଣି ପିଇବା ଉଚିତ।

Leave A Reply

Your email address will not be published.