Latest Odisha News

BREAKING NEWS

୧୧ ବର୍ଷୀୟ ନିତ୍ୟା ତମନ୍ନାଙ୍କ ଜଳ ସଂରକ୍ଷଣ କ୍ୟାମ୍ପେନ୍, ତିଆରି କଲେ ପ୍ଲାଷ୍ଟିକ୍-ଫ୍ରି ଫିଲଟର

ନ୍ୟୁ ଜର୍ସି: ୧୧ ବର୍ଷୀୟ ନିତ୍ୟାଙ୍କ ନୂଆ କାରନାମା । ଏମିତି ଏକ ଫିଲଟର ବା ୱାଟର ପ୍ୟୁରିଫାଏର ତିଆରି କରିଛନ୍ତି ନିତ୍ୟା ଯାହା ପାଣିରେ ଥିବା ଲିଡ୍ ଅଂଶକୁ ସମ୍ପୂଣ୍ଣ ର୍ ଶେଷ କରିଦେବ । ଯାହାକୁ ଆମେ ପ୍ରତିଦିନ ଦୈନନ୍ଦିନ ସମୟରେ ଅଣଦେଖା କରିଦେଉ, ୯ ବର୍ଷ ବୟସରୁ ହିଁ ନିଜ ଘରେ ସେ ଦେଖିଥିଲେ କିଛି ଏମିତି ବ୍ୟତିକ୍ରମ ଯାହା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା । ବିଶୁଦ୍ଧ ପାନୀୟ ଜଳ ଡ୍ରେନରେ ବହିଯାଉଥିବା ବେଳେ ସାୱାରର ପାଣି ଗରମ କରାଯାଉଥିଲା । ପାଣି ସଂରକ୍ଷଣ ଏବଂ ବିଶୁଦ୍ଧ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ନ୍ୟୁ ଜର୍ସିର ମୋନରେ ସହରର ଏହି ୧୧ ବର୍ଷୀୟ ନିତ୍ୟା କରିଛନ୍ତି ନୂଆ ନିର୍ମାଣ । ଯୁବପିଢୀଙ୍କ ନେତୃତ୍ୱରେ ଏକ ଜଳସଂରକ୍ଷଣ ନେଟୱାର୍କ ତିଆରି କରିଛନ୍ତି । ସ୍କୁଲ ପାନୀୟ ଜଳରୁ ଲିଡ୍ ଅଂଶ ବାହାର କରିବା ପାଇଁ ଏକ ନେଚର ଫ୍ରେଣ୍ଡଲି ଫିଲଟର ବିକଶିତ କରିଛନ୍ତି । ଜଳର ସ୍ଥାୟୀତ୍ୱ ପାଇଁ ତାଙ୍କ ଅଭିଯାନକୁ ନୀତି ନିର୍ଦ୍ଧାରକ ପସନ୍ଦ କରିଛନ୍ତି । ୨୦୦୪ରେ ସେ ସେଭ୍ ଡ୍ରପ୍ ନାମରେ ଏକ କ୍ୟାମ୍ପେନ୍ ଆରମ୍ଭ କଲେ । ଜଳ ସଂରକ୍ଷଣ ପାଇଁ ତାଙ୍କର ଏହି କ୍ୟାମ୍ପେନ୍ ସାଧାରଣରେ ଖୁବ୍ ପ୍ରଶଂସନୀୟ । ୪୫୦ରୁ ଅଧିକ ସଦସ୍ୟ ଯାହାଙ୍କୁ ୱାଟର ୱାରିଅର ବୋଲି କୁହନ୍ତି, ତାଙ୍କୁ ନେଇ ଏହି ପ୍ରୋଜେକ୍ଟ ବନାଇଛନ୍ତି । ସାପ୍ତାହିକ ଏନଭରନମେଂଟାଲ ଲିଡରସିପ୍ ସେସନ୍ସ କରିବା ସହ ସ୍ଥାନୀୟୀ ଅଂଚଳରେ ଶହେରୁ ଅଧିକ ସଂରକ୍ଷଣ କ୍ଲବ୍ ବନାଇବାକୁ ସୂଚନା ଦେଇଛନ୍ତି । ଏହି କ୍ୟାମ୍ପେନର ମୂଳଲକ୍ଷ ଦେଉଛି, ଜଳ ଅପଚୟକୁ ରୋରିବା, ଦୈନନ୍ଦିନ ଅଭ୍ୟାସ ବଦଳାଇବାକୁ ସଚେତନତା କରିବା ଓ ଜଳ ଗୁଣବତ୍ତା ସମ୍ବୋଧନ ପାଇଁ ନବସୃଜନ ବ୍ୟବହାର କରିବା । ଯେତେବେଳେ ଘରେ ପାଣିର ବିଶୋଧନ କରିବାରେ କେତେ ଭିତିଭୂମି, ନିବେଶ ଓ ଶକ୍ତି ଖଚ୍ଚ ର୍ ହୁଏ ଜାଣିଲେ, ସେତେବେଳେ ସେ ସ୍ଥିର କଲେ ସେ ଆମର ଏହା ଦାୟିତ୍ୱ ପାଣିକୁ ସଂରକ୍ଷଣ କରି ରଖିବାର । ପ୍ରକୃତିର ସଂରକ୍ଷଣ ସବୁଆଡେ ସୁନ୍ଦରତା ଭରିଦିଏ । ଯେତେବେଳେ ଆମେ ସ୍ଥିର ରହି ଗୋଟେ କଥା ସ୍ପଷ୍ଟ ଭାବେ କହୁ ସେତେବେଳେ ଆମ ବୟସ ଆମର ପ୍ରଭାବକୁ ସୀମିତ କରେନାହିଁ । ଆମେ ନିଜସ୍ୱ ଭାବେ ଚାହିଁଲେ ବ୍ୟବସ୍ଥା ବଦଳିପାରିବ । ନିତ୍ୟା ଏହି ଆନ୍ଦୋଳନ ନିଜ ଘରୁ ଆରମ୍ଭ କରିଥିଲେ । ଗାଧେଇବା ପୂର୍ବରୁ ଯେତେକି ପାଣି ଦରକାର ସେତିକି ପାଣି ଗରମ ହୋଇଥାଏ । ସେହିସମୟରେ ଥଣ୍ଡା ପାଣି ତାର ପରିଚୟ ନଷ୍ଟ କରିଥାଏା ଯାହାକୁ ଆମେ ଦିନେ ପିଇବା ପାଣି ରୂପେ ବ୍ୟବହାର କରିଥିଲେ । କ୍ୟାମ୍ପେନର ଲକ୍ଷ୍ୟ କେବଳ ପାଣି ବ୍ୟବହାର କରି ଟ୍ୟାପ୍ ବନ୍ଦ ନକରିବା ଉପରେ ନଥିଲା , ସମ୍ବଳକୁ ସୁରକ୍ଷିତ ରଖିବା ଏବଂ ଯାହା ପ୍ରଥମ ଲୋକ ପାଖରେ ପହଂଚିପାରିବ । ସେଭ୍ ଡ୍ରପ୍ ପର୍ଯ୍ୟବେକ୍ଷଣ ପ୍ରତି ତାଙ୍କର ଥିଲା ଏହା ପ୍ରତିକ୍ରିୟା । ପାଣି ପ୍ରତି ଅଧିକ ଯତ୍ନବାନ ହେବା ସହ ନିୟମ କାନୁନକୁ ବଦଳାଇବାକୁ ମଧ୍ୟ ସେ ସ୍ୱର ଉଠାଇଛନ୍ତି । କେବଳ ସେତିକି ନୁହେଁ ୫୦ ଆମେରୀକୀୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ସଂରକ୍ଷଣ କେବଳ ଜଣଙ୍କ ହାତରେ ନାହିଁ । ଇନଫ୍ରାଷ୍ଟରକଚର, ଲୋକ ସଚେତନତା ଓ ନିୟମରେ ପରିବର୍ତ୍ତନ ହେବା ଆବଶ୍ୟକ । ଫଳରେ ପାଣିର ସଠିବ ବ୍ୟବହାର ହୋଇପାରିବ । ସେଭ୍ ଡ୍ରପ୍‌ର ଆଉ ଏକ ସଚେତନତା ହୋଟେଲ କି ରେସ୍ତୋରାଁରୁ ହୋଇପାରିବ । ଯେମିତିକି ପ୍ରଥମେ ଗ୍ଲାସ୍ ପୁରା କରି ପାଣି ନଦେଇ ଅଧା ଗ୍ଲାସ୍ ପାଣି ଦେବାକୁ କହିବା । ପରେ ଆବଶ୍ୟକତା ମୁତାବକ ପାଣି ଗ୍ଲାସରେ ଦେବାକୁ କହିବା । ଫଳରେ ଏହି ଭଲ ହାବିଟ୍ ଧିରେ ଧିରେ ପାଣି ସଂରକ୍ଷଣର ଏକ ମାଧ୍ୟମ ହୋଇପାରିବ । ଏଥିପାଇଁ ସେ ଏକ ‘ସର୍ଭ ହାଫ୍ ଗ୍ଲାସ୍‌’ କ୍ୟାମ୍ପେନ୍ ମଧ୍ୟ କରିଛନ୍ତି । ସାଧାରଣରେ ଅଭ୍ୟାସ ପାଇଁ ସ୍ଥାନୀୟ ଅଂଚଳରେ ଥିବା ରୋସ୍ତୋରାଁରେ ଏହି ଅଭ୍ୟାସ ଆରମ୍ଭ ହୋଇଗଲାଣି । ୟୁକ୍ତରଷ୍ଟ୍ର ସାରା ବାର୍ଷିକ ୨ବିଲିଅନ ଗ୍ୟାଲନ ପାଣି ସଂରକ୍ଷଣ ହୋଇପାରିବ । ଏହି କ୍ୟାମ୍ପେନ୍ ଦ୍ୱାରା ପାଣି ନଷ୍ଟ ହେବା ବନ୍ଦ ହୋଇଛି । କେବଳ ସେତିକି ନୁହେଁ ନିତ୍ୟା ଜଳ ଗୁଣବତ୍ତାର ଚାଲେଂଜ ମଧ୍ୟ ଅନୁସନ୍ଧାନ କରୁଛନ୍ତି । ଯାହାକୁ ବାୟୋ ଲେୟାର କହୁଛନ୍ତି । ପ୍ରକୃତି ଫ୍ରେଣ୍ଡଲୀ, ପ୍ଲାଷ୍ଟିକ-ଫ୍ରି ଫିଲଟର । ଏହି ଫିଲଟରଟି ଏପରି ଡିଜାଇନ ହୋଇଛି, ଯେଉଁଥିରେ ୯୫ପ୍ରତିଶତ ଲିଡ୍ ଆପେ ଆପେ ବାହାରିଯିବ । ସ୍କୁଲରେ ଥିବା ପିଇବା ପାଣିକୁ ପ୍ୟୁରିଫାଏ କରିବାକୁ ସେ ୩୮ ଡଲାରର ଫିଲଟର ତିଆରି କରିଛନ୍ତି । ଯୁବପିଢୀଙ୍କୁ ୱାଟର ୱାରିଅର୍ସରେ ପରିଣତ କରିଦେଇଛନ୍ତି ନିତ୍ୟା । ବିଭିନ୍ନ ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ନିତ୍ୟା ଓ ସାଥୀ । ସଂରକ୍ଷଣ କ୍ଲବ୍ ହେଲେ ସ୍ଥାନୀୟ ଲୋକ ଜଳ ସଂରକ୍ଷଣ ନେଇ ଶିକ୍ଷା ଗ୍ରହଣ କରିପାରିବେ । ଜଳ ସଂରକ୍ଷଣ ପ୍ରତିଦିନର ଘରୋଇ ଜୀବନ ଚର୍ଯ୍ୟାକୁ ପ୍ରଭାବିତ କରିବ । ଆମର ବୟସ ଆମର ପ୍ରଭାବକୁ ସୀମିତ କରାଏ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.