Latest Odisha News

BREAKING NEWS

ବ୍ରାହ୍ମ ମୁହୂର୍ତ୍ତରେ ଏହି ସବୁ ସ୍ଵପ୍ନ ଦେଖୁଥିଲେ ଜାଣି ରଖନ୍ତୁ ଏହାର କାରଣ, ମିଳିବ ଫାଇଦା…

ଭୁବନେଶ୍ଵର: ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ଶୋଇବା ସମୟରେ ଆମେ ଦେଖୁଥିବା କିଛି ସ୍ୱପ୍ନ ଆମର ବାସ୍ତବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ବିଶେଷତଃ ବ୍ରହ୍ମ ମୁହୁର୍ତ୍ତରେ ସ୍ୱପ୍ନ ଦେଖିବା ଶୁଭ ଫଳାଫଳ ଦେଇଥାଏ। ଭୋର ୩ରୁ ୫ଟା ମଧ୍ୟରେ ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଆସୁଥିବା ସ୍ୱପ୍ନଗୁଡ଼ିକର ସଙ୍କେତ ବାସ୍ତବତା ଏପରେ ପ୍ରଭାବ ପକାଇଥାଏ ।

ଯଦି ସ୍ୱପ୍ନରେ ଆପଣ ସାପ ମାନଙ୍କୁ ଗୋଡାଉ ଥିବାର ଦେଖିବେ ତାହେଲେ ଏହା ଆପଣଙ୍କର ଶତ୍ରୁ ମାନଙ୍କର ବିନାଶ ହେବାର ସୂଚନା ଦେଇଥାଏ । ସେହିପରି ଯଦି ସ୍ୱପ୍ନରେ ଆପଣ କୌଣସି ଭିକାରୀଙ୍କୁ ଭିକ ଦେଉଥିବାର ଦେଖିବେ ତେବେ ଏହା ଆର୍ଥିକ ଲାଭ ସହିତ ସମାଜରେ ସମ୍ମାନ ମିଳିବାର ସୂଚନା ଦେଇଥାଏ । ସ୍ୱପ୍ନରେ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ସାଧୁ ସନ୍ଥଙ୍କୁ ଦେଖୁଥାନ୍ତି ତେବେ ଏହା ଭବିଷ୍ୟତରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଲାଭ ଏବଂ ସମ୍ମାନ ମିଳିବା ସୂଚନା ଦେଇଥାଏ ।

ଯଦି ଆପଣ କେଉଁଠି ଉଚ୍ଚ କୋଠା ଉପରେ ବସିଥିବାର ସ୍ଵପ୍ନ ଦେଖୁଥାନ୍ତି ତାହାଲେ କର୍ମ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଉଠିବାର ସୂଚନା ମିଳିଥାଏ । ତେବେ ଯଦି ସ୍ୱପ୍ନରେ ଆପଣ ବିବାହ ମଣ୍ଡପରେ ଥିବା ବର କନ୍ୟାଙ୍କୁ ଦେଖନ୍ତି ତେବେ ସେହି ବର୍ଷ ଆପଣଙ୍କର ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ । ଯଦି ସ୍ୱପ୍ନରେ ଘୋଡା ଗାଡ଼ିରେ ବସିଥିବାର ଦେଖନ୍ତି ତାହେଲେ ଏହା ଧନ ପ୍ରାପ୍ତିର ସୂଚନା ଦେଇଥାଏ । ଆପଣ ଯଦି ସ୍ୱପ୍ନରେ ନଦୀ ଦେଖନ୍ତି ତାହେଲେ ଏହା ଆପଣଙ୍କର ଜୀବନରେ ଥିବା ଦୁଃଖ କଷ୍ଟ ଦୁର ହୋଇ ସୌଭାଗ୍ୟ ବୃଦ୍ଧି ହେବାର ସୂଚନା ଦେଇଥାଏ ।

 

 

 

Comments are closed.