Latest Odisha News

BREAKING NEWS

ଆରବିଆଇ ସମ୍ମୁଖରେ ବସ୍ତି ବାସୀନ୍ଦାଙ୍କ ଲମ୍ବା ଲାଇନ୍ : କହିଲେ ଦିନକୁ ୨୦ହଜାର ଟଙ୍କା ପରିବର୍ତ୍ତନ କଲେ ମିଳିବ ୨୦୦ ଟଙ୍କା

ଭୁବନେଶ୍ବର : ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ସମ୍ମୁଖରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  ।  ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ । ଆଉ ଲମ୍ବା ଲାଇନରେ ସାମିଲ ହୋଇଛନ୍ତି ସର୍ବାଧିକ ବସ୍ତିବାସିନ୍ଦା  । ନିଜର ଟଙ୍କା ନହୋଇ ମଧ୍ୟ ବାବୁଙ୍କ ଟଙ୍କା ପରିବର୍ତ୍ତନ କରିବା ପାଇଁ ଲାଇନ କରିଥିବା ବସ୍ତିବାସିନ୍ଦା ମାନେ  ପ୍ରତିକ୍ରିୟା ରଖିଛନ୍ତି ।  ଦିନକୁ ୨୦ ହଜାର ଟଙ୍କା ପରିବର୍ତନ କରିଲେ ୨୦୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାବୁ  । ଟଙ୍କା ପରିବର୍ତ୍ତନ ପାଇଁ ଯେଉଁ ଫର୍ମ ଭରିବାକୁ ପଡ଼ିବ , ତାହା ଆମକୁ ଆସେନି କେବଳ ଟିପ ଚିହ୍ନ ଦେଇ ଆମେ ଟଙ୍କା ବଦଳାଉଛୁ ବୋଲି କହିଛନ୍ତି ବସ୍ତିବାସୀନ୍ଦା  ।  ଅନ୍ୟପଟେ ଏଭଳି କାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ  ।

ଅନ୍ୟପଟେ ଆରବିଆଇ ଅଧିକାରୀଙ୍କ ମତ ଅନୁଯାୟୀ ଏଭଳି ଲମ୍ବା ଭିଡ଼ର ଆବଶ୍ୟକତା ନାହିଁ ।  ଆମେ ଲୋକଙ୍କ ପାଇଁ ସ୍ବତନ୍ତ୍ର ବାକ୍ସ ର ବ୍ୟବସ୍ଥା କରିଛୁ  ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ମଧ୍ୟ ଲୋକମାନେ ସର୍ବାଧିକ ୭ ଦିନ ମଧ୍ୟରେ ନିଜର ଟଙ୍କା ପରିବର୍ତ୍ତନ କରିପାରିବେ  । ବ୍ୟାଙ୍କ ଭିତରେ ବସିବା ପାଇଁ ପ୍ରାୟ ୧୫୦ ଚୌକିର ବ୍ୟବସ୍ଥା କରାଯାଇଛି l ବ୍ୟାଙ୍କ ଅଧିକାରୀ ମାନେ ଫର୍ମ ପୂରଣ ରେ ସାହାଯ୍ୟ ମଧ୍ୟ କରୁଛନ୍ତି  । ଯେହେତୁ ଟଙ୍କା ପରିବର୍ତ୍ତନ ର କୌଣସି ଶେଷ ତାରିଖ ଧାର୍ଯ୍ୟ ହୋଇନାହିଁ,  ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ  ।  ଯେଉଁ ଲୋକମାନେ ଅନ୍ୟ ଲୋକଙ୍କ ଟଙ୍କା ପରିବର୍ତ୍ତନ କରିବାକୁ ଆସିଛନ୍ତି , ସେ ସମ୍ପର୍କରେ  ଆମ ପାଖରେ କୌଣସି ଖବର ନାହିଁ  । ଆମେ ଡକ୍ୟୁମେଣ୍ଟ ରଖି ଟଙ୍କା ପରିବର୍ତନ କରୁଛୁ  । ଯଦି ଏହା ସତ କେନ୍ଦ୍ର ସରକାର ଅଥବା ରାଜ୍ୟସରକରଙ୍କ ପକ୍ଷରୁ ତଦନ୍ତ କରାଯାଉ ।

 

Leave A Reply

Your email address will not be published.