Latest Odisha News

ପାଦ ରଖୁରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ‘୨୫ ବର୍ଷରେ କ’ଣ କରିଛନ୍ତି ନବୀନ? କୁହନ୍ତୁ’..

ଆଳି: ଗୋଟେ ପଟେ ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଉ ଗୋଟେ ପଟେ ଓଡିଶାରେ ରଣହୁଙ୍କାର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଥମେ ପାରଦୀପ ଆଉ ତାପରେ କେନ୍ଦ୍ରାପଡା, ନିଜର ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ପୂରା ଫାୟାର । ୨୫ ବର୍ଷ ଶାସନରେ ରାଜ୍ୟ ସରକାର କ’ଣ କରିଛନ୍ତି ତାର ଉତ୍ତର ମାଗିଛନ୍ତି ସ୍ମୃତି । ଓଡିଶାରେ ୨୪ ଘଣ୍ଟା ୭ ଦିନ ଖାଲି ଲୁଟ ଚାଲିଛି । ଯଦି ବିକାଶର ଲକ୍ଷ୍ମୀ ଆଣିବାକୁ ଚାହୁଁଛନ୍ତି ତାହାଲେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି କହି ଓଡିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ସ୍ମୃତି ।

ଆଜି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କେନ୍ଦ୍ରାପଡା ଆଳି ଲୋକସଭା କ୍ଷେତ୍ରରେ ଆୟୋଜିତ ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇ ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ସ୍ମୃତି ଇରାନୀ । ଉଦ୍ବୋଧନ ଆରମ୍ଭରୁ ହିଁ ବର୍ଷିଛନ୍ତି ଈରାନୀ । କହିଲେ ଉଚ୍ଚାରଣ ଏମିତି କର ଯେ ଯେମିତି ଆବାଜ୍ ସିଧା ଯାଇଁ ତାମିଲନାଡୁ ରିମୋଟ କଣ୍ଟ୍ରୋଲରଙ୍କ ଠେକାଦାରଙ୍କ କାନରେ ବାଜିବ ।

ନିର୍ବାଚନ ପୂର୍ବରୁ ଆମେଥିରୁ ଗାନ୍ଧି ପରିବାରର ବେଡିଂ ବସ୍ତାର ଆମେ ବାନ୍ଧି ଦେଇଛୁ । ଏବେ ଆପଣମାନେ ବି କେନ୍ଦ୍ରାପଡ଼ାରୁ କଂଗ୍ରେସର ବେଡିଂ ବସ୍ତା ବାନ୍ଧି ଦିଅନ୍ତୁ । ଆଉ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲର ତାମିଲନାଡୁକୁ ଫେରିଯାଉ ବୋଲି କହିଛନ୍ତି ସ୍ମୃତି ।

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବିକୁ କାହିଁକି ବିଜେଡି ପୂରା କଲାନି ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ଈରାନୀ । ସେ କହିଛନ୍ତି ଯଦି କେନ୍ଦ୍ରାପଡାରେ ମେଡିକାଲ କଲେଜ ଚାହୁଛନ୍ତି ତାହାଲେ ପଦ୍ମରେ ଭୋଟ ଦିଅନ୍ତୁ । ଦୁଇଟି ପଦ୍ମ, ଦୁଇଗଣ ବିକାଶ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରି କହିଛନ୍ତି, ଯଦି ନବୀନ ବାବୁ ମତେ ଶୁଣି ପାରୁଛନ୍ତି ତାହାଲେ କୁହନ୍ତୁ, ୨୫ ବର୍ଷ ଶାସନ ଭିତରେ ବି ଆଜି ବି କେନ୍ଦ୍ରପଡା ଜିଲ୍ଲା ବନ୍ୟାରେ ଅନେକ ଅସୁବିଧାର ସମ୍ମୁଖରନ ହେଉଛନ୍ତି । ସେତେବେଳେ ତାମିଲନାଡୁରୁ ରିମୋଟ କଣ୍ଟ୍ରୋଲକୁ ଚଲାଉଥିବା ଠେକାଦାରମେନା କୁଆଡେ ଯାହାନ୍ତି ।

ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ । ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ ।ତାମିଲ ଠିକାଦାର ନେଇଗଲେ  । ଆବାସ ପାଇଁ ମୋଦି ଟଙ୍କା ଦେଲେ,ଠିକା ନେଲେ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲ । ସବୁ ମୋଦି ଦେଲେ ତେବେ ଭୋଟ ବି ମୋଦୀଙ୍କୁ ଦେବା ।

ଆହୁରି ମଧ୍ୟ ରତ୍ନଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି  । ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି  । ବିଜେପି ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ । ବିଜେପି ଆସିଲେ ଚାବି ଲୁଚାଇଥିବା ଅଧର୍ମୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି କହିଛନ୍ତି ସ୍ମୃତି । ଅଧର୍ମୀଙ୍କୁ ଧୂଳି ଚଟାଇବ ମୋଦି ସରକାର । ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି ।ବିଜେପି ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ ।ବିକାଶର ଲକ୍ଷ୍ମୀଙ୍କୁ ଘରକୁ ଆଣିବାକୁ ହେଲେ ପଦ୍ମକୁ ଭୋଟ ଦିଅନ୍ତୁ ।

Leave A Reply

Your email address will not be published.