Latest Odisha News

‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’

ପାରାଦୀପ :‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’। ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଛନ୍ତି । କିଛି ଏମିତି କହି ପାରାଦୀପ କୁଜଙ୍ଗ ସଭାରେ ବିଜେଡି ସରକାର ଉପରେ ସିଧା ହମଲା କରିଛନ୍ତି  ସ୍ମୃତି ଈରାନୀ । ଆଜି ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ରିୟ ମନ୍ତ୍ରୀ ସ୍ମୃତି ଇରାନୀ । ସେ ସଭାରେ କହିଛନ୍ତି ଯେ, ଆମେଥିରୁ ଆାମେ କଂଗ୍ରେସକୁ ଭଗେଇଦେଇଛୁ । କିନ୍ତୁ ଓଡ଼ିଶାରେ ବିଜେଡି ପାଇଁ ପଛରୁ ବ୍ୟାଟିଂ କରୁଛି କଂଗ୍ରେସ । ବିଜେଡି ଓଡ଼ିଶାକୁ କେବଳ ଜମି ,କୋଇଲା ,ବାଲି,ଖଣି ମାଫିଆ ଦେଇଛି । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ତାମିଲବାବୁ । ମୋଦି ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ସବୁ ଯୋଜନା ନିମନ୍ତେ ବହୁ ଅର୍ଥରାଶି ମଧ୍ୟ ପଠାଉଛନ୍ତି, ହେଲେ ସେ ପଇସା ଲୋକଙ୍କ ପାଖକୁ ପହଞ୍ଚୁନାହିଁ । ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସ୍ମୃତି ।

ସେ କହିଛନ୍ତି , ଓଡ଼ିଶାର ନେତୃତ୍ୱ କଏଦ୍ ରେ ଅଛି । ତାମିଲ୍ ବାବୁ ରିମୋଟ୍ କଣ୍ଟ୍ରୋଲରେ  ଓଡିଶା  ସରକାର ଚାଲୁଛି । ଏଠି ନବୀନ ବାବୁଙ୍କୁ କହିବା କି ବୁଲିବା ପାଇଁ  ସ୍ବାଧୀନତା ନାହିଁ । ବିଜେଡି ନେତା,ସମର୍ଥକ, ଓ ତାମିଲ୍ ବାବୁ ଓଡ଼ିଶାକୁ କେବଳ ଲୁଟିଛନ୍ତି । ସେପଟେ ମୋଦି ଭାରତକୁ ବିକଶିତ କରିବା ପଇଁ  ଦିନରାତି କାମ କରୁଛନ୍ତି  । ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ । ସେ ଟଙ୍କା କୁଆଡ଼େ ଗଲା ବୋଲି ପଚାରିଲେ ସ୍ମୃତି । ଆବାସ ପାଇଁ ମୋଦି ଟଙ୍କା ଦେଲେ,ତାମିଲ ଠିକାଦାର ନେଇଗଲେ । ସବୁ ବିକାଶ ମୋଦି କରୁଛନ୍ତି କିନ୍ତୁ ଗତଥର ତାମିଲ୍ ରିମୋଟ୍ କଣ୍ଟ୍ରୋଲ୍ ବାବୁ ସବୁ ଭୋଟ୍ ଅକ୍ତିଆର କରିନେଲେ।

ରିମୋଟ୍ କଣ୍ଟ୍ରୋଲ ତାମିଲ ବାବୁ ରତ୍ନଭଣ୍ଡାର ରିପୋର୍ଟ କାହିଁକି ଚାପି ବସିଛନ୍ତି  । ବିଜେପି ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ । ବିଜେପି ଆସିଲେ ଚାବି ଲୁଚାଇଥିବା ଅଧର୍ମୀଙ୍କୁ କଡ଼ା ଦଣ୍ଡ ଦିଆଯିବ ।  ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡିବେନି କହିଲେ ସ୍ମୃତି ଇରାନୀ  । ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି ।

ସେହିପରି ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ ।ଅନ୍ୟପଟେ ଆଜି ଉଭୟ ଦେଶ ଏବଂ ରାଜ୍ୟ ଭୋଟ୍ ଦେଉଛି ।  ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ ।

 

Leave A Reply

Your email address will not be published.