Latest Odisha News

ଭଏସ୍ ଚେଞ୍ଜ ଆପ ଦ୍ବାରା ଚାଞ୍ଚଲ୍ୟ ଖେଳାଇଲା ଯୁବକ, ୭ ଜଣଙ୍କୁ ଦୁଷ୍କର୍ମ

ସିଦ୍ଧି: ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ବର୍ବର କାଣ୍ଡ ଘଟାଇଲା । ଏଭଳି ନିନ୍ଦନୀୟ ଖବର ଆସିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରୁ । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଏଭଳି ଜଘନ୍ୟ ଅପରାଧ ଘଟାଇଛି ।

ମଧ୍ୟପ୍ରଦେଶ ପୋଲିସଙ୍କ ସୂଚନା ଅନୁଯାୟୀ, ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ପା୍‌କୁ ତାଙ୍କର ମହିଳା ଶିକ୍ଷଙ୍କ ବାରମ୍ବାର କଲ ଆସୁଥିଲା । ସେମାନେ ସ୍କର୍ଲାରସିପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି କହି ତାଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ କୁହାଯାଉଥିଲା । ଯାହାତୁ କଲଟି ତାଙ୍କ ଶିକ୍ଷୟତ୍ରୀଙ୍କ ଭଳି ଲାଗୁଥିଲା ତେଣୁ ଯୁବତୀମାନେ ଏନେଇ କୌଣସି ଯାଞ୍ଚ ନକରି ସିଧା ଠିକଣା ସ୍ଥାନରେ ପହଞ୍ଚି ଯାଉଥିଲେ । ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ନିଜକୁ ଶିକ୍ଷୟତ୍ରୀଙ୍କ ପୁଅର ପରିଚୟ ଦେଉଥିଲା । ତା’ପରେ ଯୁବତୀମାନଙ୍କୁ ସେ ଶିକ୍ଷୟତ୍ରୀଙ୍କ ଘରକୁ ନେଉଛି ବୋଲି କହି ବାଇକ ବସାଇ ଅନ୍ୟତ୍ର ନେଇଯାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଏହି ପରି ଭାବେ ଜଣଙ୍କ ପରେ ଜଣେ ୭ ଜଣଙ୍କୁ ନିଜ ଜାଲରେ ଫସାଇ ଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ।

ତେବେ ଗତ ଜାନୁୟାରୀ ମାସରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଥିଲେ ମଧ୍ୟ ଏନେଇ କୌଣସି ପୀଡିତା ଅଭିଯୋଗ କରିନଥିଲେ । କିନ୍ତୁ ଗତ ସପ୍ତାହରେ ଜଣେ ଯୁବତୀ ଏନେଇ ପୋଲିସକୁ ଅଭିଯୋଗ କରିବା ପରେ ମଧ୍ୟପ୍ରଦେଶ ପୋଲିସ ଅଧିକ ଯାଞ୍ଚ ଆରମ୍ଭ କରିଥିଲା । ଯାହା ପରେ ସମସ୍ତ ସତ୍ୟସତ୍ୟତା ସାମ୍ନାକୁ ଆସିଥିଲା । ଏହାପରେ ଅଭିଯୁକ୍ତ ବ୍ରଜେଶ ପ୍ରଜାପତି ଓ ତାର ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ କିପରି ଭଏସ୍ ଚେଞ୍ଜ କରି ଯୁବତୀମାନଙ୍କୁ ନିଜ ଜାଲରେ ଫସାଉଥିଲା ସବୁ ସତ ଓଗାଳିଥିଲା ଅଭିଯୁକ୍ତ ।

ତେବେ ଏଯାବତ ୪ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

Leave A Reply

Your email address will not be published.