Latest Odisha News

ନାହିଁ ନାହିଁ ରେ ଚାଲିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହଇରାଣ ରେ ଚାଷୀ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପ୍ରତି ଜଳ ସମ୍ପଦ ବିଭାଗର ଅଣଦେଖା । ପ୍ରକଳ୍ପ ମରାମତି କାମ ବନ୍ଦ ହୋଇ ପଡ଼ିଥିବାରୁ ଧୀରେ ଧୀରେ ଡ୍ୟାମ ପୋତି ହେବାକୁ ବସିଲାଣି । କେନାଲ ଭାଙ୍ଗି ପଡ଼ିଥିବାରୁ ସେପଟେ ହଇରାଣରେ ଚାଷୀ । ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ ଥିବା ବେଳେ ଶୀଘ୍ର ମରାମତି କରି ଠିକ ଭାବରେ ଚାଷୀଙ୍କୁ ପାଣି ଯୋଗାଇବାକୁ ଦାବୀ କରିଛନ୍ତି ସ୍ଥନୀୟବାସିନ୍ଧା ।

ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ଭର କରନ୍ତି ସିନାପାଲି ବ୍ଲକର ୫ଗାଁ ର ଶତାଧିକ ଚାଷୀ । ହେଲେ ଏବେ ଏହି ପ୍ରକଳ୍ପ ରୁ ପାଣି ମିଳିବା କଷ୍ଟ କର ହୋଇପଡିଛି । ଡ୍ୟାମ ର ବାମ କେନାଲ ଏବଂ ଡାହାଣ କେନାଲ ମରାମତି ହେଉ ନ ଥିବାରୁ ଭଙ୍ଗା ଦଦରା ହୋଇ ପଡିଛି ପ୍ରକଳ୍ପ । କେନାଲର ଗେଟମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ନିମ୍ନ ମାନର କାମ ଓ ବିଭାଗୀୟ ସରକାରୀ ବାବୁ ଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ଧୀରେ ଧୀରେ ଡ୍ୟାମ ମଧ୍ୟ ପୋତି ହେଇଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିପାରୁ ଅର୍ମେଳା ପ୍ରକଳ୍ପ ର ବିଭିନ୍ନ ସମସ୍ୟାକୁ ନେଇ ଉପରିସ୍ଥ କତ୍ତୃପକ୍ଷ ଙ୍କୁ ଜଣାଇ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ।

ସରକାର ଚାଷୀ ଙ୍କୁ ପାଣି ଯୋଗାଇବା ନାଁ ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଏହା କେତେ କାର୍ଯ୍ୟକାରୀ ତାହା ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି । କେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଅର୍ମେଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ବର୍ଷ ବର୍ଷ ଧରି କାହିଁକି ହେଉନି ମରାମତି । କୁଆଡେ ଗଲା ଚାଷୀ ଙ୍କ ପ୍ରତି ରାଜ୍ୟ ସରକାର ଙ୍କ ଦରଦ । ଆଉ କେବେ ଚାଷୀ ଠିକ ସେ ପାଣି ପାଇପାରିବେ ସେ ଉପରେ ଏବେ ସମସ୍ତ ଙ୍କ ନଜର ।

Leave A Reply

Your email address will not be published.