Latest Odisha News

BREAKING NEWS

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି

ଭୁବନେଶ୍ବର: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି (ସାର୍ଟିଫିକେଟ୍ ଏବଂ ସେମିଷ୍ଟାର-ଆଧାରିତ ପାଠ୍ୟକ୍ରମ ବ୍ୟତୀତ) ।

ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in ଏବଂ ପୁନଃ ପଞ୍ଜିକରଣ ଲିଙ୍କ ହେଲା https://onlinerr.ignou.ac.in । ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି ।

ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ । ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ନିମ୍ନଲିଖିତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।
ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧
E-Mail-rcbhubaneswar@ignou.ac.in ଏବଂ admissionrc21@ignou.ac.in ।

Leave A Reply

Your email address will not be published.