Latest Odisha News

BREAKING NEWS

ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୨୦୨୦ ଶେଷ ପରୀକ୍ଷା ଆବେଦନର ଶେଷ ତାରିଖ  ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି ।

ଆବେଦନରର ସମସ୍ତ ଅନୁଦେଶ ତଥା ଗାଇଡଲାଇନ ସମ୍ବନ୍ଧୀୟ ସୂଚନା ଛାତ୍ରମାନେ ଏହି  exam.ignou.ac.in  ଲିଙ୍କରୁ ପାଇପାରିବେ ।

ମିଳିଥିବା ସୂଚନା ଅନୁଯାୟୀ, ଦେଶବ୍ୟାପୀ କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ IGNOU ସମସ୍ତ ଶୈକ୍ଷିକ କାର୍ଯ୍ୟକ୍ରମ ର ଜୁନ ୨୦୨୦ ଶେଷ ପରୀକ୍ଷାର ଅନଲାଇନ ଆବେଦନ ର ଶେଷ ତାରିଖ କୁ ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି ।

ଅଧିକ ପଢନ୍ତୁ: ‘ସାଇକେଲ ଗାର୍ଲ’ ଜ୍ୟୋତିଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା ଆନନ୍ଦ କୁମାର !

ସେହିପରି ଉତ୍ତର ଖାତା ର ପୁନଃ ମୁଲ୍ୟାଙ୍କନ ନିମନ୍ତେ କରାଯିବାକୁ ଥିବା ଆବେଦନରର ଶେଷ ତାରିଖ ମଧ୍ୟ ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି ।

ପୂର୍ବରୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆସାଇଗ୍ନମେଣ୍ଟ ଜମା ତାରିଖ ର ଶେଷ ଅବଧି ମଧ୍ୟ ଜୁନ୧୫ କୁ ପରିବର୍ଦ୍ଧିତ କରିଦିଆଯାଇଥିଲା ।

ଜୁନ ୧ ଶେଷ ଟର୍ମ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ ସୂଚନା ମିଳିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.