ଯାଜପୁର: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ମାରପିଟ୍ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍ପି ୟସପ୍ରିତ୍ ଶ୍ରୀମଲ ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧିକାରୀ ଓ ଜଣେ ASI ହାତାହାତି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁସାରେ, ଡିସେମ୍ବ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ ହାତାହାତି ହୋଇଛନ୍ତି । ଚେୟାର୍ରୁ ଉଠି ଥାନା ଅଧିକାରୀ ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି । ଥାନା ଭିତରେ IIC ଏବଂ ASI ହାତାହାତି ହେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି ।
ଆଇଆଇସିଙ୍କ ସାମ୍ନାରେ ଅନ୍ୟ ୨ ଜଣ ବସିଥିବା ବେଳେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଚାର୍ଜସିଟ୍ ଲେଖାକୁ ନେଇ ରାଗିଥିବା ଆଇଆଇସି ଚେୟାର୍ରୁ ଉଠି ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି ।
ଏବେ ସେହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସ୍ପି ୟସ୍ ପ୍ରତା ଶ୍ରୀମାଲ । ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି ।