Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି ।  ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି  । ଏତେ ପଇସା ସେ କୁଆଡେ ନେଉଥିଲେ ? କାହିଁକି ନେଉଥିଲେ ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀ ମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତାଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ଚଢ଼ାଉ ହେବା ନେଇ ସୂଚନା ରହିଛି। ସେପଟେ ଜୟପୁର ଭିଜିଲାନ୍ସ ଥାନା ଅଧିକାରୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.