Latest Odisha News

BREAKING NEWS

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ ଗାଁରେ । ଚାଷ ଜମିରୁ ଘରକୁ ଫେରୁଥିବାବେଳେ ଜଣେ ବ୍ୟକ୍ତି ହାତୀ କଚାଡି ମାରିଛି । ମୃତକ ହୀରାଲାଲ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ହୀରାଲାଲ ଆଜି ନିଜ ବିଲରୁ ଘରକୁ ଫେରୁଥିବାବେଳେ ହଠାତ୍ ହାତୀ ହାବୁଡରେ ପଡିଯାଇଥିଲେ ।

ହାତୀ ତାଙ୍କୁ ଶୁଣ୍ଢରେ ପଚାଡି ଦେଇଥିଲା ।  ଫଳରେ ଘଟଣାସ୍ଥଳରେ ହିଁ ହୀରାଲାଲଙ୍କର  ମୃତ୍ୟୁ ଘଟିଥିଲା ।  ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ହେବ ବଣୁଆ ହାତୀ ପଲ ଗାଁରେ ପଶି ବହୁ ଧନ ଜୀବନ ନଷ୍ଟ କରୁଛନ୍ତି । ହେଲେ ବନ ବିଭାଗ ଗାଁରୁ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଛି  । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.