ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ମହଲରେ ନାନା ଚର୍ଚା ଲାଗି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆର ସ୍ମୃତିରେଖା ସାହୁ ଗତ ନଭେମ୍ବର ୨୭ ତାରିଖରେ ଥାନାରେ ଏତଲା ଦେଇଥିଲେ। କନ୍ଧମାଳ ଜିଲା ରାଇକିଆର ସୁମନ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ତାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଧାର ନେଇ ଫେରାଉନଥିବା ଏତଲାରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସୁମନଙ୍କୁ ରାଇକିଆରୁ ଉଠାଇ ଆଣି ଥାନାରେ ରଖାଯାଇଥିଲା। ତେବେ ଥାନା ଭିତରେ ପୋଲିସ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲା। ଏଥିରେ ସୁମନ ଗୁରୁତର ହୋଇ ପ୍ରଥମେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଚିକିତ୍ସିତ ହେବା ପରେ ରାଇକିଆ ଫେରି ଯାଇଥିଲେ। ଘଟଣା ସଂପର୍କରେ ସୁମନ ଏବଂ ତାଙ୍କ ପତ୍ନୀ ସୁଭଦ୍ରା କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଫେରାଦ ହୋଇଥିଲେ। ଥାନାରେ ଲିଖିତ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ତଦନୁଯାୟୀ, ରାଇକିଆ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ମାମଲା ରୁଜୁ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍। ଥାନା ଆଇଆଇସି ଖମାରୀଙ୍କୁ ବଦଳି ନିର୍ଦେଶ ଜାରି କରିଥିଲେ।
ଅନ୍ୟପଟେ ଏହି ଘଟଣା ନେଇ ବ୍ୟବସାୟୀ ସୁମନଙ୍କ କହିବାନୁଯାୟୀ, ସ୍ମୃତିରେଖାଙ୍କ ଠାରୁ ସେ ମାତ୍ର ୪ ଲକ୍ଷ ଟଙ୍କା ଋଣ ନେଇଥିଲେ। ଟଙ୍କା ନେବା ସମୟରେ ଏଗ୍ରିମେଣ୍ଟ ହୋଇଥିଲା। ପରବର୍ତ୍ତି ସମୟରେ ଅନଲାଇନରେ ଋଣ ସୁଝି ଦେଇଥିଲେ। ହେଲେ ଏଗ୍ରିମେଣ୍ଟ କପି ଆଉ ନେଇନାହାନ୍ତି। ଥାନା ଆଇଆଇସି ଖମାରୀଙ୍କୁ ସ୍ମୃତିରେଖା ପୂର୍ବରୁ ପରିଚିତ ଥିଲେ। ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଛି ବୋଲି କହିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦେଶକ ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିଭଳି ବ୍ରହ୍ମପୁର ପୋଲିସ ତରଫରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
BREAKING NEWS
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ

Comments are closed.