ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ମହଲରେ ନାନା ଚର୍ଚା ଲାଗି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆର ସ୍ମୃତିରେଖା ସାହୁ ଗତ ନଭେମ୍ବର ୨୭ ତାରିଖରେ ଥାନାରେ ଏତଲା ଦେଇଥିଲେ। କନ୍ଧମାଳ ଜିଲା ରାଇକିଆର ସୁମନ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ତାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଧାର ନେଇ ଫେରାଉନଥିବା ଏତଲାରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସୁମନଙ୍କୁ ରାଇକିଆରୁ ଉଠାଇ ଆଣି ଥାନାରେ ରଖାଯାଇଥିଲା। ତେବେ ଥାନା ଭିତରେ ପୋଲିସ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲା। ଏଥିରେ ସୁମନ ଗୁରୁତର ହୋଇ ପ୍ରଥମେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଚିକିତ୍ସିତ ହେବା ପରେ ରାଇକିଆ ଫେରି ଯାଇଥିଲେ। ଘଟଣା ସଂପର୍କରେ ସୁମନ ଏବଂ ତାଙ୍କ ପତ୍ନୀ ସୁଭଦ୍ରା କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଫେରାଦ ହୋଇଥିଲେ। ଥାନାରେ ଲିଖିତ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ତଦନୁଯାୟୀ, ରାଇକିଆ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ମାମଲା ରୁଜୁ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍। ଥାନା ଆଇଆଇସି ଖମାରୀଙ୍କୁ ବଦଳି ନିର୍ଦେଶ ଜାରି କରିଥିଲେ।
ଅନ୍ୟପଟେ ଏହି ଘଟଣା ନେଇ ବ୍ୟବସାୟୀ ସୁମନଙ୍କ କହିବାନୁଯାୟୀ, ସ୍ମୃତିରେଖାଙ୍କ ଠାରୁ ସେ ମାତ୍ର ୪ ଲକ୍ଷ ଟଙ୍କା ଋଣ ନେଇଥିଲେ। ଟଙ୍କା ନେବା ସମୟରେ ଏଗ୍ରିମେଣ୍ଟ ହୋଇଥିଲା। ପରବର୍ତ୍ତି ସମୟରେ ଅନଲାଇନରେ ଋଣ ସୁଝି ଦେଇଥିଲେ। ହେଲେ ଏଗ୍ରିମେଣ୍ଟ କପି ଆଉ ନେଇନାହାନ୍ତି। ଥାନା ଆଇଆଇସି ଖମାରୀଙ୍କୁ ସ୍ମୃତିରେଖା ପୂର୍ବରୁ ପରିଚିତ ଥିଲେ। ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଛି ବୋଲି କହିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦେଶକ ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିଭଳି ବ୍ରହ୍ମପୁର ପୋଲିସ ତରଫରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
BREAKING NEWS
- ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍
- ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ
- ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ
- ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ
- ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ
- ଆଇପିଏଲରେ ଇତିହାସ ରଚିଲେ ବୈଭବ
- ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ
- ଗୁଜରାଟକୁ ଏକାକୀ ଜିତାଇଲେ ବଟଲର
- ଜୋରଦାର ଚାଲିଛି ମାଓ ବିରୋଧୀ ଅଭିଯାନ, ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍
- ଓଡ଼ିଆ ପୁଅ ଓମ୍ ପ୍ରକାଶ ଜେଇଇ ମେନ୍ ଟପ୍ପର
Comments are closed.