Latest Odisha News

BREAKING NEWS

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

କୋଲକାତା: ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଅତି କମରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଘଟଣା ଘଟିଛି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଇଲାକାରେ । ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ  ନୟବିଲ୍ଲା ଗାଁରେ ରହୁଥିବା ତୃଣମୂଳ କଂଗ୍ରେସ ପ୍ରେସିଡେଣ୍ଟଙ୍କ ଘରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁ ଘରଟି ସମ୍ପୂର୍ଣ୍ଣ ଜଳିପୋଡି ଚୁରମାର ହୋଇଯାଇଛି ।

ବିସ୍ଫୋରଣ କିପରି ଘଟିଲା ତାହା ଜଣାପଡ଼ି ନ ଥିଲେ ହେଁ ପୋଲିସ ତଦନ୍ତ ଆାରମ୍ଭ କରି ଦେଇଛି ।  ଏହି ଘଟଣାରେ ବିଜେପି କ୍ଷୋଭ ପ୍ରକାଶ କରି କହିଛି, ତୃଣମୂଳ କଂଗ୍ରେସ କର୍ମୀଙ୍କ ଘରେ ହାତବୋମା ତିଆାରି ହେଉଥିଲା  । ଅନ୍ୟପକ୍ଷେ  ସିପିଆଇ ନେତା ସୁଜନ ଚକ୍ରବର୍ତ୍ତୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ସହ ଏହି ଘଟଣା ପରେ କାହିଁକି ମୁହଁ ଖୋଲି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଟିଏମସି  ରାଜ୍ୟ ସାଧାରଣ କୁନାଲ ଘୋଷ କହିଛନ୍ତି ବିନା ପ୍ରମାଣରେ କ୍ଷମତାସୀନ ଦଳକୁ ସମାଲୋଚନା କରିବା ବିରୋଧୀଙ୍କ ପାଇଁ ବହୁତ ସହଜ ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବ ପଞ୍ଚାୟତ ନିର୍ବାଚନ । ଏହି ପରିପ୍ରେକ୍ଷରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇ ଯାଇଛି । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଚଢାଉ କରିବାକୁ ମମତା ବାନାର୍ଜୀ ପୋଲିସକୁ  ନିର୍ଦ୍ଦେଶ ଦେଇଥିବା  ଦଳର ବରିଷ୍ଠ ନେତା କହିଝନ୍ତି

Leave A Reply

Your email address will not be published.