ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୦-୨୨ ନିମନ୍ତେ ପ୍ରବନ୍ଧନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିବା ପ୍ରତ୍ୟାଶୀଙ୍କ ସଂକ୍ଷିପ୍ତ ସୂଚୀ ମେ ୮ରେ ପ୍ରକାଶ ପାଇବ ବୋଲି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ସୂଚନା ମିଳିଛି ।
କ୍ୟାଟ୍ – ୨୦୧୯ ପରୀକ୍ଷାଫଳ ପ୍ରକାଶିତ ହେବାର ୩ ମାସ ସତ୍ତ୍ୱେ ସମଗ୍ର ଦେଶରେ କରୋନା ଜନିତ ଲକଡ଼ାଉନ ହେତୁ ଚୟନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ଆଇଆଇଏମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆସନ୍ତା ଶିକ୍ଷାବର୍ଷରେ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣେଇବା ସହ ସ୍ୱାଗତ କରିଛନ୍ତି ଭାରତୀୟ ପ୍ରବନ୍ଧନ ସଂସ୍ଥାନ- କୋଝିକୋଡ଼ର ନିର୍ଦ୍ଦେଶକ ଦେବାଶିଷ ଚାଟାର୍ଜୀ ।
ସେହିପରି ଭାରତୀୟ ପ୍ରବନ୍ଧନ ସଂସ୍ଥାନ- ଇନ୍ଦୋରର ପ୍ରତ୍ୟାଶୀ ସଂକ୍ଷିପ୍ତସୂଚୀ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବାକୁ ଥିବା ଜଣାପଡ଼ିଛି ।
ମିଳିଥିବା ସୁଚନା ଅନୁଯାୟୀ କ୍ୟାଟ ୨୦୧୯ରେ ଅତି କମରେ ୧୦ଜଣ ଛାତ୍ର ଶତ ପ୍ରତିଶତ ନମ୍ବର ରଖିଥିବା ବେଳେ, ଏମାନଙ୍କ ମଧ୍ୟରୁ ୬ଜଣ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଆଇଆଇଟି)ର ,୨ଜଣ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ଏବଂ ଜଣେ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି ।
Comments are closed.