Latest Odisha News

BREAKING NEWS

ଭୟଭୀତ ହୁଅନ୍ତୁନି, ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ଆସିବ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିବ । ଏଥିପାଇଁ ରାଜ୍ୟବାସୀ ଭୟଭୀତ ହେବା ଉଚିତ ନୁହେଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏନ୍‌ଏଚ୍‌ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫ ଦିନ ତଳେ ଦିନକୁ ୧ହଜାର ଟେଷ୍ଟ ହେଉଥିଲା। ଏବେ ୮ଟି ଲ୍ୟାବ୍‌ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଛି।

ଗୁରୁବାର ସୁଦ୍ଧା ଆମେ ୫୦ହଜାରରୁ ଅଧିକ ସାମ୍ପଲ ଟେଷ୍ଟ କରିଛୁ। ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଜଣାପଡ଼ିବ। ଏହାର ଅର୍ଥ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିବା। ତ୍ୱରିତ ଟେଷ୍ଟ ଦ୍ୱାରା ଆମେ ୪ ଶହ ଲୋକଙ୍କୁ ସଂକ୍ରମଣ ହେବାରୁ ରକ୍ଷା କରିଛୁ। ଅଧିକ ପଜିଟିଭ୍ ଆସିଲେ ଭୟଭୀତ ନ ହେବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.