Latest Odisha News

BREAKING NEWS

ଆଇଜର-ବ୍ରହ୍ମପୁରରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ପରୀକ୍ଷା କରିବା ପାଇଁ ଆଇଜର-ବ୍ରହ୍ମପୁରକୁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି ରବିବାର ଦିନ ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।

ଅନ୍ୟପକ୍ଷରେ, ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ମେ ୧୮ରୁ କୋଭିଡ-୧୯ ପରୀକ୍ଷା ଆରମ୍ଭ ହେବା ନେଇ ସୁତ୍ରରୁ ପ୍ରକାଶ।

ଆହୁରି ମଧ୍ୟ ମେ ୧୨ରେ ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ କୋଭିଡ-୧୯ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆଇଏଏସ ଏବଂ ସମ୍, ସୋଆକୁ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ଅନୁମୋଦନ ମିଳିଥିଲା।

ସମ୍ପ୍ରତି, ଭୁବନେଶ୍ୱରର ଆରଏମଆରସି, ଏଆଇଏମଏସ ଏବଂ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ, କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ସ୍ଥିତ ଭିମସାର ଏବଂ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ-୧୯ ପରୀକ୍ଷା କରାଯାଉଛି।

Comments are closed.