Latest Odisha News

ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ‘ଅମ୍ଫାନ’, କାଲିଠୁ ବର୍ଷା-ପବନ

ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ସମ୍ଭାବ୍ୟ ବାତ୍ୟ ଅମ୍ଫାନ । ଆଜି ସନ୍ଧ୍ୟାରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା-ପବନ ଆରମ୍ଭ ହେବ । ସମ୍ଭାବ୍ୟ ବାତ୍ୟା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଏସ୍‌ଆରସି କହିଛନ୍ତି । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି । ଉପକୂଳ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି। ୧୨ଟି ଜିଲ୍ଳାକୁ ଆଲର୍ଟ କରାଯାଇଛି ।

୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର,କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି । ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫାନ ପ୍ରଭାବରେ ୧୮ ତାରିଖରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ୧୯ ତାରିଖରୁ ପବନର ବେଗ ବଢିବ । ଯେଉଁ ଜିଲ୍ଳାରେ ଦରକାର ପଡିବ ସେଠାରେ ଆସନ୍ତାକାଲିଠୁ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି ।

Leave A Reply

Your email address will not be published.