ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସେ ଆମେରିକାରେ ଥିବା ବେଳେ ତାଙ୍କର ହୃଦଘାତରୁ ପରଲୋକ ହୋଇଥିବା କୁହାଯାଉଛି। ୨୦୧୭ ଅକ୍ଟୋବର ୧୦ ତାରିଖରେ ବ୍ରହ୍ମପୁରରରେ ଆଇଜର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଫେସର ଚାରୀ ଏହାର ପ୍ରଥମ ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ଜଣେ ରସାୟନ ବିଜ୍ଞାନୀ ଭାବେ ସେ ବହୁ ଗବେଷଣା କରିଥିଲେ। ତାଙ୍କର ପତ୍ନୀ ଓ ଦୁଇ ପୁଅ ରହିଛନ୍ତି। ତାଙ୍କ ମୃତ୍ୟୁରେ ଆଇଜର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି।
BREAKING NEWS
- ଟି୨୦ ବିଶ୍ୱକପରେ ଅଭିଷେକଙ୍କ ଅଲୋଡା ବିଶ୍ୱରେକର୍ଡ
- ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି
- Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି
- ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର
- କୁନୋରେ ବଢିଲା ଚିତା ସଂଖ୍ୟା; ଗାମିନୀର ୩ ଶାବକ ଜନ୍ମ
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ
- ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ
- ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ
- opium cultivation: ୩ଏକରର ବେଆଇନ ଅଫିମ କ୍ଷେତ ଠାବ, ଆନୁମାନିକ ମୂଲ୍ୟ ୪୨ଲକ୍ଷ
- ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ
Comments are closed.