ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦ ବର୍ଷ ହେଲା ଗୋଟିଏ ସ୍ଥାନରେ ଚାକିରି କରୁଥିବା ସାହୁଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ୱାରେଣ୍ଟ ବଳରେ ଭିଜିଲାନ୍ସର ପକ୍ଷରୁ ଚଢ଼ଉ ହୋଇଥିଲା । ବୁଗୁଡା ସ୍ଥିତ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବିଜୟ ବିହାର ଦ୍ବିତୀୟ ଲେନ୍ରେ ଥିବା ୩ ମହଲା କୋଠା, ନିଳାଦ୍ରୀବିହାର ପ୍ରଥମ ଲେନରେ ଥିବା ଦୁଇ ମହଲା କୋଠା, ଗୋବିନ୍ଦ ବିହାର ନବମ ଲେନ ସ୍ଥିତ ସହଯୋଗୀଙ୍କ ବାସଭବନ, ଶକ୍ତିନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ବାସଭବନ, ବୁଗୁଡା ନୂଆସାହି ସ୍ଥିତ ନିଜ ବାସଭବନ, ବାଲିପିଣ୍ଡି ସାହି ସ୍ଥିତ ଘରର ଚାକରଙ୍କ ବାସଭବନ ଭଳି ୯ଟି ସ୍ଥାନରେ ଚଢଉ ହୋଇଛି। ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୩୮ ହଜାର ଟଙ୍କା ସହିତ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା, ୮ ଲକ୍ଷ ୩୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୧ ଲକ୍ଷ ୪୮ ହଜାର ଟଙ୍କାର ଆସବାବପତ୍ର, ୧୦ ଲକ୍ଷ ଟଙ୍କାର ଏକ କାର, ୩ଟି ମୋଟରସାଇକଲ ମିଳିଛି। ସେହିଭଳି ବିଜୟବିହାର ସ୍ଥିତ ବାସଭବନର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିଳାଦ୍ରୀବିହାର ଓ ବ୍ରହ୍ମପୁରରେ ଥିବା ୨ ଟି ପ୍ଳଟ୍ର ମୂଲ୍ୟାୟନ ଚାଲିଥିବା ସୂଚନା ମିଳିଛି। ଏହି ଚଢଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ସମେତ ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ହୋଇଥିଲେ।
BREAKING NEWS
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

Comments are closed.