Latest Odisha News

BREAKING NEWS

ଜାତୀୟ କ୍ରୀଡା: ରଗବୀରେ ଓଡିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାରେ ଓଡିଶା ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଶୁକ୍ରବାର ମହିଳା ରଗବୀ ଟିମ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ରଗବୀ ୭ ଫାଇନାଲରେ ଓଡିଶା ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବିପକ୍ଷ ଦଳକୁ ଗୋଟିଏ ବି ପଂଏଟ ହାସଲ କରିବାକୁ ସୁଯୋଗ ଦେଇ ନ ଥିଲେ ଓଡିଶା ଟିମ । ପୂର୍ବରୁ ସେମିଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ବିପକ୍ଷ ଦଳକୁ ୧୨-୧୦ରେ ହରାଇଥିଲା । ଭାରୋତୋଳିକା ସ୍ନେହା ସୋରେନ ଓଡିଶା ପାଇଁ ପ୍ରଥମ ପଦକ ଜିତିଥିଲେ । ସେ ମହିଳା ୪୮ କେଜି ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ପଦକ ହାସଲ ନେଇ ଉଭୟ ରଗବୀ ଟିମ ଏବଂ ସ୍ନେହାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ କ୍ରୀଡାର ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.