Latest Odisha News

BREAKING NEWS

ରାସ୍ତାଘାଟ ସଫା ରଖିବା ପାଇଁ ‘ଆଇଆଇଟି ଖଡଗପୁର’ ବିକଶିତ କଲା ଯାନ୍ତ୍ରିକ ଝାଡୁ !

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ମଧ୍ୟରେ ରାସ୍ତାଘାଟ ସଫା ରଖିବା ହେତୁ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଦୂରୀକରଣର ବିକଳ୍ପ ରୁପରେ ‘ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି, ଖଡଗପୁର ତରଫରୁ ଏକ ଯାନ୍ତ୍ରିକ ଝାଡୁ ବିଶିଷ୍ଟ ସଫେଇ ଯାନ ବିକଶିତ କରାଯାଇଛି ।

କମ ରକ୍ଷଣବେକ୍ଷଣ ଖର୍ଚ୍ଚରେ, ବ୍ୟାଟେରୀ ତଥା ସୋଲାର ଶକ୍ତି ରେ ଚାଲୁଥିବା, ଏହି ଯାନର ନାମ ରଖାଯାଇଛି, ସମ୍ମାରଜକ ଏମ୍ ବି ୪.୨ । ପ୍ରଥମେ ଅନୁଷ୍ଠାନ କ୍ୟାମ୍ପସ ସଫେଇ କାର୍ଯ୍ୟରେ ଏହାକୁ ବ୍ୟବହାର କରିବାର ଯୋଜନା ରହିଛି ।

ମାର୍ଚ୍ଚ ଶେଷ ସମୟରୁ ବହୁ ଗୁତୁତ୍ୱପୂର୍ଣ୍ଣ କର୍ମଚାରୀ ଙ୍କ କ୍ୟାମ୍ପସ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ କ୍ୟାମ୍ପସର କିଛି ପ୍ରମୁଖ ଅଞ୍ଚଳର ସଫେଇ ନିମନ୍ତେ କିଛି ସଫେଇ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିବା ଆଇଆଇଟି ଖଡଗପୁର ନିର୍ଦ୍ଦେଶକ ପ୍ରୋଫେସର ବିରେନ୍ଦ୍ର କେ ତିୱାରୀ ଇଣ୍ଡିଆ ଟୁଡେ କୁ ସୂଚନା ଦେଇଛନ୍ତି ।

ଏହି ନୂଆ ପ୍ରଣାଳୀ ଆପଣାଇବା ଦ୍ୱାରା, ୨୧୦୦ ଏକର ବିଶିଷ୍ଟ ଏହି କ୍ୟାମ୍ପସର ସଫେଇ ନିମନ୍ତେ ଅନୁଷ୍ଠାନକୁ ବହୁ ସଫେଇ କର୍ମଚାରୀଙ୍କ ଆବଶ୍ୟକ ପଡିବ ନାହିଁ ।

Leave A Reply

Your email address will not be published.