Latest Odisha News

BREAKING NEWS

ଆସନ୍ତା ବର୍ଷଠାରୁ ମାତୃଭାଷାରେ ହେବ ଇଞ୍ଜିନିୟରିଂ ପାଠପଢା

ନୂଆଦିଲ୍ଲୀ: ପରବର୍ତ୍ତୀ ଏକାଡେମିକ୍ ଅଧିବେଶନରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ରେ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବ‌ୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୈଷୟିକ ଶିକ୍ଷା, ବିଶେଷକରି ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ ପାଇଁ ମାତୃଭାଷାକୁ ବ୍ୟବହାର କରିବା ନିମନ୍ତେ ଏକ ଲାଭଦାୟକ ନିଷ୍ପତ୍ତି ନିଆଯାଇଛି ଏବଂ ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ଶିକ୍ଷାନୁଷ୍ଠାନରୁ ଏହି ସୁବିଧା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଏଥିପାଇଁ କେତେକ ଆଇଆଇଟି ଏବଂ ଏନଆଇଟି ଚୟନ କରାଯାଉଛି। ବୈଠକରେ ଏନ୍‌ଟିଏ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସିଲାବସ୍ ପ୍ରବର୍ତ୍ତନ କରିବାକୁ ମଧ୍ୟ ବିଚାର କରାଯାଇଥିଲା।

Leave A Reply

Your email address will not be published.