Latest Odisha News

BREAKING NEWS

‘ପରୀ’ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ: ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ଥମୁନି ‘ପରୀ’ ହତ୍ୟା । ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଆଜି ପୁଣି ହୋହଲ୍ଲା କରିଛନ୍ତି ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଡ଼ି ବସିଛନ୍ତି । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ନାରାବାଜି ଆରମ୍ଭ କରିଦେଇଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ।

ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଏହାସହ ଏଶଆଇଟି ତଦନ୍ତ ଦାବି କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ୩୦ ମିନିଟ ମୁଲତବି ଘୋଷଣା କରିଛନ୍ତି । ଗତକାଲି ମଧ୍ୟ ପରୀ ହତ୍ୟାକାଣ୍ଡ ମାମଲାରେ ହୁଲସ୍ତୁଲ ହୋଇଥିଲା ବିଧାନସଭା । ମନ୍ତ୍ରୀ ଅରୁଣ ସାହୁ ନିଜ ପ୍ରତିକ୍ରିୟା ରଖିବା ସହ ପରୀକୁ ନ୍ୟାୟ ମିଳୁ ବୋଲି କହିଥିଲେ ।

Leave A Reply

Your email address will not be published.